ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ। ଜଗନ୍ନାଥ ଆଜି ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି।ଏହି ବୋମାମାଡରେ ଅଳ୍ପକେ ବର୍ତ୍ତିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ଏହି ବୋମାମାଡରେ ଜଗନ୍ନାଥଙ୍କ ଗାଡିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ଠିକ ସମୟରେ ଗାଡିରୁ ଖସି ପଡିଥିବାରୁ ବର୍ତ୍ତି ଯାଇଥିଲେ ଜଗନ୍ନାଥ ପ୍ରଧାନ । ସେପଟେ ଏ ଘଟଣା ପାଇଁ ମଧ୍ୟ ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଦାୟୀ କରିଛନ୍ତି ଜଗନ୍ନାଥ। ପରାଜୟ ଭୟରେ ଅନନ୍ତଙ୍କ ଇଙ୍ଗିତରେ ଏହି ବୋମା ମାଡ଼ କରାଯାଇଥିବା ଜଗନ୍ନାଥ ଅଭିଯୋଗ କରିଛନ୍ତି।
Breaking
ଜାତୀୟ ସ୍ତରରେ ସମ୍ମାନିତ ହେଲା କ୍ରୁତି କଫିର “କିନ୍ଦିରିଗୁଡା ନାଚୁରାଲ୍ସ”Hathi Brand Kacchi Ghani Oil: This festive season, gift a tradition of purity and healthଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି 20 ଯୁବ ସମାରୋହ ଓ ସଂଗୀତ ବିଚିତ୍ରାIndian Chamber of Commerce Organised 2nd India Mining Conclave 2023MobilTM Celebrates the First-ever MotoGP™ Bharat by Powering Red Bull KTM Factory Racing Team