Breaking

ଶ୍ରାବଣ ତୃତୀୟ ସୋମବାର ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

0

ଭୁବନେଶ୍ୱର: ଆଜି ଶ୍ରାବଣ ମାସ ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍‌ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ଭକ୍ତମାନଙ୍କ ଭିଡ଼କୁ ଦେଖି ଏକାମ୍ର କ୍ଷେତ୍ରର ବିଭିନ୍ନ ଶିବ ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ନୀତିନିୟମ ସାଙ୍ଗକୁ ଶୃଙ୍ଖଳିତ ଜଳାଭିଷେକର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ଏନେଇ ବ୍ୟାପକ ସହଯୋଗ କରୁଛି ।

ବାବା ଲିଙ୍ଗରାଜ କପିଳନାଥଙ୍କ ସମେତ ପୁରୀର ଶ୍ରୀଲୋକନାଥ, ଆରଡ଼ିର ଆଖଣ୍ଡଳମଣି, କପିଳାସର ଶ୍ରୀଚନ୍ଦ୍ରଶେଖର , ନୟାଗଡ଼ର ଲଡ଼ୁକେଶବାବା ସମେତ ବିଭିନ୍ନ ଜିଲ୍ଲାରେ ଥିବା ଶିବପୀଠ ଗୁଡ଼ିକରେ କାଉଡ଼ିଆଙ୍କ ସମାଗମ ବୃଦ୍ଧି ପାଇଛି । ଶ୍ରାବଣମାସକୁ ପବିତ୍ର ମାସ ବୋଲି ବିଚାର କରାଯାଉଥିବାରୁ କାଉଡ଼ିଆଙ୍କ ସମେତ ଅନ୍ୟାନ୍ୟ ଭକ୍ତମାନେ ଶିବାଳୟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି ।

loading...

Leave A Reply

Your email address will not be published.