Breaking

ବର୍ଷା ପାଇଁ ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ମଚାରୀଙ୍କର ଛୁଟିକୁ ବାତିଲ କରାଯାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ୧୪ ଓ ୧୫ ଦୁଇଦିନ ବିଏମସି କର୍ମଚାରୀମାନେ ଛୁଟି ନେଇପାରିବେ ନାହିଁ ବୋଲି ନିଗମ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । କମିଶନରଙ୍କୁ ନ ପଚାରି କେହି ଛୁଟିରେ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଯିଏ ଯେଉଁ କ୍ଷେତ୍ରରେ ଅଛନ୍ତି ସମସ୍ତେ ଉପସ୍ଥିତ ରହିବାକୁ କୁହାଯାଇଛି । ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପ୍ରବଳ ବର୍ଷା ସମ୍ଭାବନା ନେଇ ସୂଚନା ଆସିବା ପରେ ଛୁଟି ବାତିଲ ହୋଇଛି । ରବିବାର ଅସରାଏ ବର୍ଷାରେ ଅଧା ରାଜଧାନୀ ଉବୁଟୁବୁ ହୋଇଥିଲା । ଜଳ ନିଷ୍କାସନ ବର୍ତ୍ତମାନ ମହାନଗର ନିଗମ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଜରୁରୀକାଳିନ ପରିସ୍ଥିତି ପାଇଁ ଲୋକଙ୍କୁ ସହାୟତାର ଆବଶ୍ୟକତା ପଡୁଥିବାର ଏଭଳି ପଦକ୍ଷେପ ନିଆଯାଇଛି । କର୍ମଚାରୀମାନେ ଅଫିସରେ ଓ ନିଜନିଜ କର୍ମକ୍ଷେତ୍ରରେ ଉପସ୍ଥିତ ରହିବାକୁ କୁହାଯାଇଛି । ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ହୋଇଥିଲେ ବି ସେମାନେ ଅଫିସ ଆସି କାର୍ଯ୍ୟ କରିବେ ।

loading...

Leave A Reply

Your email address will not be published.