Breaking

ବ୍ଲୁ ଟୋକାଇ ପକ୍ଷରୁ କୋରାପୁଟ କଫିର ଲଞ୍ଚିଂ

0

ଭୁବନେଶ୍ୱର : କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍ (କେଡ଼ିଏଫ୍‌) ଏହାର ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା କୋରାପୁଟରୁ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟ ଶୁଭାରମ୍ଭ କରିଛି । ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଭାରତର ସର୍ବବୃହତ ସ୍ପେସିଆଲିଟି କଫି ରୋଷ୍ଟର ଭାବରେ ପରିଚିତ । ଏହି ବର୍ଷ ପର୍ଯ୍ୟନ୍ତ, ବ୍ଲୁ ଟୋକାଇ ଦ୍ୱାରା ସମସ୍ତ କଫି କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଅବସ୍ଥିତ ପ୍ରମୁଖ ଫାର୍ମ ଏବଂ ଇଷ୍ଟେଟରୁ ଆସିଥିଲା । କେଡ଼ିଏଫ୍ ଉଦ୍ୟମରେ ବ୍ଲୁଟୋକାଇ ଦଳ କୋରାପୁଟର ଏକାଧିକ ଫାର୍ମରୁ କଫିର ସ୍ୱାଦ ଚାଖିବାରେ ସକ୍ଷମ ହୋଇଥିଲେ । ପ୍ରଥମଥର ପାଇଁ ପାନ୍‌-ଇଣ୍ଡିଆ ଲଞ୍ଚ ପାଇଁ କୋରାପୁଟ ଜିଲ୍ଲାର ଦୁଇଟି ଫାର୍ମରୁ କଫି ଚୟନ କରିଥିଲା । ଭାରତରେ ଉତ୍ପାଦିତ ହେଉଥିବା କେତେକ ସର୍ବୋତ୍ତମ କଫି ସହିତ ଗୁଣାତ୍ମକ ଉତ୍ପାଦନରେ କୋରାପୁଟର କଫି ଚାଷୀଙ୍କ ଦ୍ୱାରା କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତର ପ୍ରମାଣ ଅଟେ । ଦୁଇଟି ଚାଷୀ ହେଉଛି ମଧୁ ଆଗ୍ରୋ ପ୍ଲାଣ୍ଟେସନ୍ ଏବଂ ମା’ ମଙ୍ଗଳା ପ୍ଲାଣ୍ଟେସନ୍ ବ୍ଲୁ ଟୋକାଇ ଦ୍ୱାରା ମନୋନୀତ ହୋଇଛନ୍ତି । ମଧୁ ଆଗ୍ରୋ ପ୍ଲାଣ୍ଟେସନ ହେଉଛି ୪୫ ଏକର ବୃକ୍ଷରୋପଣ ଯାହାକି ଟି. ନିର୍ମଳା ରେଡ୍ଡୀ ଏବଂ ରାଜେଶ୍ୱରୀ ରେଡ୍ଡୀଙ୍କ ମାତା ଏବଂ ଝିଅଙ୍କ ପରିଚାଳିତ । ୨୦୧୪ ରେ ସାଇକ୍ଲୋନ୍ ହୁଡ଼୍‌ହୁଡ଼୍ ପ୍ରଭାବକୁ ପ୍ରଭାବକୁ ଅନ୍ତର୍ଭୁକ୍ତ କରି ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ବୃକ୍ଷରୋପଣକୁ ଯତ୍ନର ସହ ପୋଷଣ କରିଛନ୍ତି । କୋରାପୁଟ ଅଞ୍ଚଳରୁ ବାହାରୁଥିବା କିଛି ସର୍ବୋତ୍ତମ କଫି ଉତ୍ପାଦନ ପାଇଁ ଆଧୁନିକ ଅଭ୍ୟାସ ଜାରି ରଖିଛନ୍ତି । ଦେଓମାଳିର ପାଦଦେଶରେ ଅବସ୍ଥିତ ମା’ ମଙ୍ଗଳା ବୃକ୍ଷରୋପଣ ହେଉଛି ଉତ୍ପାଦକ ସରୋଜ ସ୍ୱାଇଁଙ୍କ ଉତ୍ସର୍ଗୀକୃତ ପ୍ରୟାସ । ୨୦୦୪ ଏବଂ ୨୦୦୮ରେ ଅନୁଷ୍ଠିତ ହୋଇଥିବା ଫ୍ଲୋଭର୍ସ ଅଫ୍ ଇଣ୍ଡିଆ ପ୍ରତିଯୋଗିତାରେ କଫି ବୋର୍ଡ଼ ଅଫ୍ ଇଣ୍ଡିଆରୁ ସ୍ୱୀକୃତି ଲାଭ କରି ବୃକ୍ଷରୋପଣ ପୁରସ୍କାର ପ୍ରାପ୍ତ କଫି ଉତ୍ପାଦନ କରି ଆସୁଛି । ଏହି ଅବସରରେ, ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ମହିଳା ଉଦ୍ୟୋଗୀ ପରିଷଦ ଆବାହକ ସୁକିର୍ତ୍ତୀ ପଟ୍ଟନାୟକ ଏବଂ ସହ-ଆବାହକ ତନୟା ପଟ୍ଟନାୟକ ବ୍ୟବସାୟ ପୁରସ୍କାର ସହ ଅଂଶୀଦାରମାନଙ୍କୁ ଉତ୍ସାହିତ କରିଥିଲେ । ସୁକିର୍ତ୍ତୀ କହିଛନ୍ତି ପ୍ରୀତି ଆମର ଗର୍ବ ଏବଂ ସମସ୍ତ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ପ୍ରକୃତ ପ୍ରେରଣା । ମୁଁ ନିଶ୍ଚିତ ଯେ ଏହି କେଡ଼ିଏଫ୍ ବ୍ରାଣ୍ଡ୍ ଓଡ଼ିଶା ସହ ସାରା ବିଶ୍ୱ ଏହାକୁ ଉତ୍କୃଷ୍ଟ ରୂପେ ଗ୍ରହଣ କରିବ । ସେହିପରି ତନୟା ପଟ୍ଟନାୟକ କହିଥିଲେ ଯେ କେଡ଼ିଏଫ୍ ସହିତ ବ୍ଲୁଟୋକାଇ ସହଯୋଗ ଓଡ଼ିଶାର କଫି ଇଣ୍ଡଷ୍ଟ୍ରି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଆସୁଛି । ଏହି ପ୍ରୟାସ ବହୁତ ଉତ୍ସାହିତ କରୁଛି । ଏହି କାର୍ଯ୍ୟକ୍ରମରେ ଆଇ.ସି.ସି. ମହିଳା କାଉନସିଲର ପ୍ରମୁଖ ସଦସ୍ୟା ତଥା କେଡ଼ିଏଫ୍‌ର ପ୍ରତିଷ୍ଠାତା ପ୍ରୀତି ପଲ୍ଲଭି ପଟ୍ଟନାୟକଙ୍କ ଓ ସହପ୍ରତିଷ୍ଠାତା ଅଂଶୁମାନ ରଥ, ଅନ୍ୟ ସହପ୍ରତିଷ୍ଠାତା ଲାବଣେନ୍ଦୁ ଦାସଙ୍କ ସହ ଆଇ.ଏନ୍‌.ଡ଼ବ୍ଳ୍ୟୁ.ଇ.ସି.ର ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.