Breaking

ଶିଶୁ ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଆୟୋଜନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ଓ ପୂର୍ବତନ କର୍ପୋରେଟର ମୋନାଲିସା ସାହୁ ଙ୍କ ସହଯୋଗରେ ” ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର-୮ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ରାଜ୍ୟ ସହ ସଂଯୋଜକ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ବିଧାୟକ ଉତ୍ତର ଶ୍ରୀ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ଓଡ଼ିଶା ମୋ ପରିବାର ଦାୟିତ୍ୱରେ ଥିବା ବିଜେଡ଼ି ସମ୍ପାଦକ ସମୀର କୁମାର ପ୍ରଧାନ, ଶ୍ରୀ ଦୁର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ , ସୁବାସ ପାତ୍ର, ରଞ୍ଜିତ ରାୟ,ବିଜେଡି ଉତ୍ତର ସଭାପତି ସୂର୍ଯ୍ୟକାନ୍ତି ଜେନା, ଜିଲ୍ଲା ବିଜେଡ଼ି ଉପସଭାପତି ମିହିର କୁମାର ରାଉତ, ମଧୁସ୍ମିତା ଦାଶ ,ପୂର୍ବତନ କର୍ପୋରେଟର ହରିଶ ମୁର୍ମୁ, ପ୍ରିତିନନ୍ଦା ରାଉତରାୟ, ହରେକୃଷ୍ଣ ନାୟକ, ବାସନ୍ତୀ ସିଂ, ସୁସ୍ମିତା ଦାସ, ସୌଭାଗ୍ୟ ବାରିକ, ସ୍ୱର୍ଣ୍ଣପ୍ରଭା ରାୟ, ସଞ୍ଜୟ କୁମାର ସେଠୀ, ୱାର୍ଡ଼ ସଭାପତି ଲକ୍ଷ୍ମୀଧର ସାହୁ, ଯୁବବିଜେଡ଼ି ଭୁବନେଶ୍ୱର ସଭାପତି ସମରେଶ ବେହୁରା, ଯୁବ ବିଜେଡ଼ି ଜୋନ୍ ସଭାପତି ବିଜୟ କେତନ ସାହୁ, ଜିଲ୍ଲା ଛାତ୍ର ସଭାପତି ସୁବାସ ସାହୁ,ଯୁବ ବିଜେଡ଼ି ନେତା ଲୋକେଶ କୁମାର, ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଓ ଶେଷରେ ୭୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

loading...

Leave A Reply

Your email address will not be published.