Breaking

ଟିମ୍ ପ୍ରକାଶ ତ୍ରିପାଠୀ, ଜୟ ମା ୟୁଥ୍ କ୍ଲବ୍ ଓ ମହାବୀର ମଲ୍ଟି ଜିମ ମିଳିତ ସହଯୋଗରେ ରକ୍ତଦାନ ଶିବିର

କରୋନା ଯୋଦ୍ଦା ସମ୍ମାନରେ ସମ୍ମାନିତ ହେଲେ ସାମ୍ବାଦିକ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଟିମ୍ ପ୍ରକାଶ ତ୍ରିପାଠୀ, ଜୟ ମା ୟୁଥ୍ କ୍ଲବ୍ ଓ ମହାବୀର ମଲ୍ଟି ଜିମ୍ ତରଫରୁ ପ୍ରଭୂଜୀ ଇଙ୍ଗ୍ଲିସ ମିଡିଅମ୍ ସ୍କୁଲ୍,କ୍ରିୟାଯୋଗ ଆଶ୍ରମ ପରିସରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ” ଜୀବନ ବିନ୍ଦୁ” ରକ୍ତଦାନ ଶିବିର ଅନୁଷ୍ଠିତ ହେବା ସହିତ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ଓ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବିପନ୍ନ କରି ବିଭିନ୍ନ ଖବର ପ୍ରସାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ” କରୋନା ଯୋଦ୍ଧା ” ସମ୍ମାନରେ ସମ୍ମାନିତ କରାଗଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଓଡିଶା – ମୋ ପରିବାର ଅଧକ୍ଷ ଶ୍ରୀ ଅରୁପ ପଟ୍ଟନାୟକ, ଓ ଅନ୍ୟତମ ଅତିଥି ଭାବରେ ବିଜେଡି ଉତ୍ତର ସଭାପତି ସୂର୍ଯ୍ୟକାନ୍ତି ଜେନା, ପୂର୍ବତନ କର୍ପୋରେଟର ଅମରେଶ ଜେନା, ସମୀର କୁମାର ପ୍ରଧାନ,, ଶିବ ପ୍ରସାଦ ମିଶ୍ର, ଦିଲିପ୍ ଦାସ ଶର୍ମା, ୱାର୍ଡ ସଭାପତି ମହେଶ୍ୱର ବିଶ୍ଵାଳ , ସଦାଶିବ ଜେନା, ସୌମ୍ୟ ରଞ୍ଜନ ପ୍ରଧାନ, ଅକ୍ଷୟ ସ୍ୱାଇଁ ,ଦୀପକ ନାୟକ, ଲୋକେଶ କୁମାର ଓ କ୍ଲବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ବୋଲି ଆୟୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

loading...

Leave A Reply

Your email address will not be published.