ବାଲେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଆଉ ବିଜେଡି ଶିବିରରୁ ପ୍ରଚାର ମଙ୍ଗ ଧରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ରରେ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ । ଏକ ବିଶାଳ ରୋଡ୍ ସୋ ଜରିଆରେ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।ବିଶାଳ ଜନସମାବେଶ, ହଜାର ହଜାର ଲୋକଙ୍କ ସମାଗମ । ଆଉ ତାରି ଭିତରେ ଆଗକୁ ବଢ଼ି ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ସ୍ଥାନେ ସ୍ଥାନେ ଅଟକି ଜନତାଙ୍କୁ ସମ୍ବୋଧିତ କରୁଥିଲେ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ରର ବିଭିନ୍ନ ଅଂଚଳରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’