Breaking

ସାଗର ବଳବନ୍ତରାୟ ହେଲେ ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ୱାର୍ଡ ନଂ-୩୯ର ଯୁବ ନେତା ଶ୍ରୀ ସାଗର ବଳବନ୍ତରାୟଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।।

ଦୀର୍ଘ ୧୦ବର୍ଷ ହେବ ବିଜୁ ଛାତ୍ର ଜନତା ଦଳର ଶୃଙ୍ଖଳିତ କର୍ମୀ ଭାବେ ଶ୍ରୀ ବଳବନ୍ତରାୟ ଦଳକୁ ତୁଣ ମୂଳ ସ୍ତରରୁ ସଂଗଠିତ କରି ଆସୁଛନ୍ତି ନୟାପଲ୍ଲୀ ଦେବରାୟ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାର୍ଥୀ ଦେବା ଠାରୁ ଆରମ୍ଭ କରି ନିର୍ବାଚନ ଜିତିବା ପାଇଁ ଶ୍ରୀ ବଳବନ୍ତରାୟ ବହୁତ୍ ପରିଶ୍ରମ କରି ଆସୁଛନ୍ତି ଏବଂ ତା ସହିତ ନୟାପଲ୍ଲୀ ଅଞ୍ଚଳରେ ନିଜର ସଂଗଠନକୁ ସୁଦୃଢ଼ କରି ଲୋକମାନଙ୍କ ସେବାରେ ରହି ଆସୁଛନ୍ତି ।।

ଶ୍ରୀ ସାଗର ବଳବନ୍ତରାୟ ଏହି ନିଯୁକ୍ତି ପାଇ ସର୍ବପ୍ରଥମେ ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ,ବିଜୁ ଜନତା ଦଳର ସମ୍ପାଦକ ତଥା ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ
ଭୁବନେଶ୍ବର ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମହୋଦୟଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ସେମାନଙ୍କ ଆର୍ଶୀବାଦ କାମନା କରିଛନ୍ତି ନୟାପଲ୍ଲୀ ବାସିନ୍ଦାଙ୍କ ସହ ନିଜ ସଂଗଠନର ସଦସ୍ୟଗଣଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି

loading...

Leave A Reply

Your email address will not be published.