ଭୁବନେଶ୍ୱର : ପଟିଆ କିଟ୍ ଛକରେ ‘ବଙ୍ଗୱେଲ କ୍ଲିନିକ୍ ଆଣ୍ଡ୍ ସ୍ପା’ ଉଦ୍ଘାଟିତ ହୋଇଯାଇଛି । କାଦମ୍ବିନୀର ସଂପାଦିକା ଡ଼.ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରି ବିଙ୍ଗୱେଲ’ର ଏହି ନିଆରା ଶୈଳୀର ସେବାକୁ ଭୁୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଚର୍ମ ଏବଂ କେଶ ବିଶେଷଜ୍ଞ ଡ଼.ଐଶ୍ୱର୍ଯ୍ୟା ବେଦି ଓ ଆଦହିପ୍ ଜୈନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ‘ବିଙ୍ଗୱେଲ’ର ପ୍ରତିଷ୍ଠାତା ବିଜୟଲକ୍ଷ୍ମୀ ରାଉତ କହିଛନ୍ତି ବର୍ତ୍ତମାନ ସମୟରେ ରାଜଧାନୀ ଯୁବପିଢୀଙ୍କର ସାଲୁନ ଓ ସ୍ପା ପ୍ରତି ଅଧିକ ରୁଚି ରହିଥିଲେ ମଧ୍ୟ ଗୋଟିଏ ସ୍ଥାନରେ ସେମାନଙ୍କୁ ସମସ୍ତ ସୁବିଧା ମିଳିପାରୁନି । ଯୁବପିଢୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଙ୍ଗୱେଲ ସେମାନଙ୍କର ଆବଶ୍ୟକତା ପୁରଣ କରିପାରିବ । ଏଠାରେ ସମସ୍ତ ପ୍ରକାରର ଚର୍ମ, କେଶ ଏବଂ ଶରୀର ସମ୍ବନ୍ଧୀୟ ସମସ୍ୟାର ସର୍ଭିସ ପାଇପାରିବେ । ଏହା ସହ ସମସ୍ତ ପ୍ରକାରର ସାଲୁନ୍ ଏବଂ ସ୍ପାର ସର୍ଭିସ ରହିଛି । ସବୁଠାରୁ ବଡ଼ କଥା ହେଲା ଗ୍ରାହକଙ୍କୁ ଏଠାରେ କେବଳ ସର୍ଭିସ୍ ମିଳିବ ତାହା ନୁହେଁ ସେମାନଙ୍କୁ ଉପଯୁକ୍ତ ଟ୍ରେନିଂ ମଧ୍ୟ ଦିଆଯିବ । ଯେଉଁମାନେ ଚାହିଁବେ ଏଠାରେ ୯୦ ଓ ୧୬୦ ଦିନର ଟ୍ରେନିଂ ନେଇପାରିବେ । ଟ୍ରେନିଂ ଶେଷ ହେବାପରେ ସେମାନଙ୍କୁ ସାର୍ଟିଫିକେଟ୍ ସହ ବିଭିନ୍ନ କମ୍ପାନୀରେ ଚାକିରୀ ସୁଯୋଗ ସହ ବେତନ ମିଳିବ । ସ୍ୱଳ୍ପ ମୂଲ୍ୟରେ ଏହି ସବୁ ସୁବିଧା ଏଠାରେ ଉପଲବ୍ଧ ହେବ । ୨୦ ଜଣ ଦକ୍ଷ ଟ୍ରେନର୍ ଗ୍ରହକଙ୍କୁ ଟ୍ରେନିଂ ସହ ସର୍ଭିସ୍ ଯୋଗାଇ ଦେବେ । ଏହା ପ୍ରଥମ ଶାଖା ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସହରମାନଙ୍କରେ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରତିଷ୍ଠାତା ହେମଲତା ପାଢୀ ଉପସ୍ଥିତ ରହିଥିଲେ ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’