Breaking

ଆଜି ବିଜୟା ଦଶମୀ : ଅଧର୍ମ ଉପରେ ହେବ ଧର୍ମର ବିଜୟ

0

ଭୁବନେଶ୍ୱର: ଆଜି ବିଜୟା ଦଶମୀ। ସାରା ରାଜ୍ୟରେ ଉତ୍ସବର ମାହୋଲ । ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳୁଛି । ସେପଟେ ପାପ ଉପରେ ପୁଣ୍ୟ, ଅସତ୍ୟ ଉପରେ ସତ୍ୟ ତଥା ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୁପ ପାଳିତ ହେଉଛି ବିଜୟା ଦଶମୀ। ଏହି ଅବସରରେ ଅନ୍ୟାୟ ଓ ଅଧର୍ମର ପ୍ରତୀକ ରାବଣର ପ୍ରତମୂର୍ତ୍ତିକୁ ପୋଡ଼ାଯିବାର ପରମ୍ପରା ରହିଛି। ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ରାବଣ ପୋଡି ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି । ସନ୍ଧ୍ୟାରେ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହେବ। ଏଥିପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି।ଭୁବନେଶ୍ୱରରେ ରାବଣ ପୋଡି ବେଳେ ବାଣ ଫୁଟାଇବା ନେଇ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ରାବଣ ପୋଡିଠାରୁ ୧୦୦ମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳକୁ ନୋ ମ୍ୟାନସ ଲାଣ୍ଡ୍ ଘୋଷଣା କରାଯାଇଛି।

loading...

Leave A Reply

Your email address will not be published.