Breaking

ପୁରୁଣା ଭୁବନେଶ୍ୱରର ସମାଜସେବୀ ବାସୁଦେବ ଗରାବଡୁଙ୍କ ପରଲୋକ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ତା ୫.୨.୨୦୨୦ ରିଖ ଦିନ ୧୨ଟା ୧୦ ମିନିଟ ରେ ଏକ ଘରୋଇ ହସ୍ପିଟାଲରେ ଚିକିଶ୍ଚିତ ହେଉଥିବା ପୁରୁଣା ଭୁବନେଶ୍ୱରର ଜଣାଶୁଣା ପ୍ରତିଷ୍ଠିତ ସମାଜସେବୀ *ବାସୁଦେବ ଗରାବଡୁଙ୍କ* ପରଲୋକ ହୋଇଯାଇଛି।ମୂର୍ତ୍ତୃବେଳକୁ ତାଙ୍କ ବୟସ ୮୬ ବର୍ଷ ହୋଇଥିଲା।ସେ ରାଜ୍ୟ ଜଳସେଚନ ବିଭାଗରୁ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟକାରି ଅବସର ଗ୍ରହଣ କରିଛନ୍ତି
ସେ ଜଣେ ପ୍ରତିଷ୍ଠିତ ସମାଜସେବୀ ଭାବେ ଜଣାଶୁଣା।ସେ ବନ୍ଧୁବତ୍ସାଳ,ପରାଉପକାରୀ ବ୍ୟକ୍ତି ଥିଲେ।ତାଙ୍କ ବିୟୋଗରେ ପୁରୁଣା ଭୁବନେଶ୍ୱରରେ ଶୋକର ଛାୟା ଖେଳିଯାଇଛି।ପୁରୁଣା ଭୁବନେଶ୍ୱରରେ ଥିବା ସର୍ବପୂରାତନ ଟାଉନ କ୍ଲବର ପ୍ରତିଷ୍ଠାତା ସଭ୍ୟ ସହ ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ର ପ୍ରତିଷ୍ଠାତା ସଭ୍ୟ ତା ସହିତ ରବି ଟକିଜ ବ୍ୟବସାୟୀ ସଂଘର ପୂର୍ବତନ ସଭାପତି ,ବ୍ରାହ୍ମଣ ନିଯୋଗର ପୂର୍ବତନ ସମ୍ପାଦକ ମଧ୍ୟ ଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ,ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା,ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣେଇ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିଛନ୍ତି।ତାଙ୍କ ମୂର୍ତ୍ତୃଶଯ୍ୟା ନିକଟରେ ଦୁଇ ପୁଅ ବୋହୂ ନାତିନାତୁଣୀ ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ।ତାଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପର୍ଣ୍ଣ ହୋଇଛି।ସ୍ୱର୍ଗତ ଗରାବଡୁଙ୍କ ଜ୍ୟେଷ୍ଠ ପୁତ୍ର ବିକ୍ରମଦେବ ଗରାବଡୁ ମୁଖାଗ୍ନି ଦେଇଥିଲେ।

loading...

Leave A Reply

Your email address will not be published.