Breaking

ଆଜି ଦିଆଯିବ ଆର‌୍ୟା ଆଓ୍ବାର୍ଡ

0

ଭୁବନେଶ୍ୱର: ଶନିବାର ନବମ ଆର‌୍ୟା ଆଓ୍ବାର୍ଡ ପ୍ରଦାନ କର‌ାଯିବ। ପରିଚୟ ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହେବ । ସମାଜ ପାଇଁ ଦୃଷ୍ଟାନ୍ତ ଛାଡିଥିବା ଓ ପ୍ରେରଣା ସୃଷ୍ଟି କରିଥିବା ମହିଳାଙ୍କୁ ଏହି ଅବସରରେ ସମ୍ମାନିତ କର‌ଯିବ । ଅନ୍ତର୍ଜତୀୟ ମହିଳା ଦିବସ ପୂର୍ବରୁ ହୋଟେଲ କ୍ରାଉନରେ କାର୍ଯ୍ୟକ୍ରମ ହେବ । ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଶୋଭନା ନାରାୟଣ, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପର୍ଯ୍ୟଟନ ବିଭାଗ ସଚିବ ବିଶାଲ କୁମାର ଦେବ, ପଦ୍ମଶ୍ରୀ କୁମକୁମ ମହାନ୍ତି ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ଯୋଗ ଦେବେ ।

loading...

Leave A Reply

Your email address will not be published.