Breaking

ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ : ପ୍ରଦାହକୁ ହ୍ରାସ କରିବାର ୫ ଟି ଉପାୟ

0

ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ହେଉଛି ଏକ ପ୍ରକାରର ଆର୍ଥାଇଟିସ୍ ଯାହାକି ବିଶେଷ କରି ମେରୁଦଣ୍ଡ ଓ ତଳ ପିଠିକୁ ପ୍ରଭାବିତ କରିଥାଏ । ସମୟ କ୍ରମେ ଏହି ଲକ୍ଷଣ ଶରୀରର ଅନ୍ୟ ଅଂଶକୁ ମଧ୍ୟ ପ୍ରଭାବିତ କରିଥାଏ । ଏହି ରୋଗ ଦ୍ୱାରା ମେରୁଦଣ୍ଡରେ ପ୍ରଦାହ ସୃଷ୍ଟି ହୁଏ ଯଦ୍ୱାରା ଗୁରୁତର ଦୀର୍ଘସ୍ଥାୟୀ ଯନ୍ତ୍ରଣା ଦେଖା ଦେଇଥାଏ । ଅଧିକ ଗୁୁରୁତର କ୍ଷେତ୍ରରେ ଅସ୍ଥି ଗୁଡ଼ିକ ମେରୁଦଣ୍ଡରେ ଅସ୍ୱାଭାବିକ ଭାବରେ ରହିଥାଏ ଯଦ୍ୱାରା ଚଳନରେ ହ୍ରାସ ହୋଇଥାଏ । ସମୟ କ୍ରମେ, ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ଶରୀରର ଅନ୍ୟ ଖଞ୍ଜା ଗୁଡ଼ିକୁ ପ୍ରଭାବିତ କରିତାଏ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ପଞ୍ଜରା ହାଡ଼, ବେକ, ଆଣ୍ଠୁ ଓ ପାଦ । ଖୁବ୍ କମ୍ କ୍ଷେତ୍ରରେ, ଲୋକଙ୍କ ଠାରେ ହୃତପିଣ୍ଡ ଓ ଫୁସଫୁସରେ ଜଟିଳତା ଦେଖାଦିଏ ।
ସଠିକ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ଦ୍ୱାରା ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ର ବୃଦ୍ଧିକୁ ରୋକାଯାଇପାରେ । କେତେକ ନିର୍ଦ୍ଦିଷ୍ଟ ବ୍ୟାୟାମ କରିବା ଦ୍ୱାରା ଲୋକମାନେ ଏହାର ଯନ୍ତ୍ରଣାକୁ ହ୍ରାସ କରିପାରନ୍ତି, ଯନ୍ତ୍ରଣାରୁ ଉପଶମ ମିଳେ ଓ ଜଟିଳତା ହ୍ରାସ ପାଏ ।
ପ୍ରଫେସର ଡା. ଜ୍ୟୋତି ରଞ୍ଜନ ପଣ୍ଡା, କନ୍‌ସଲଟାଂଟ ର‌୍ୟୁମାଟୋଲୋଜିଷ୍ଟ ଓ ମେଡିକାଲ୍ ଡାଇରେକ୍ଟର, ଓଡ଼ିଶା ଆର୍ଥାଇଟିସ୍ ଓ ର‌୍ୟୁମାଟୋଲୋଜି ସେଂଟର, ଭୁବନେଶ୍ୱର କହିଛନ୍ତି ଯେ, “ଏକ ବିଷୟ ହେଉଛି “ସୁଯୋଗର ସମ୍ଭାର” ଯାହାକି ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗୀମାନଙ୍କୁ ଉଲ୍ଲେଖନୀୟ ଭାବରେ ସହାୟତା କରିପାରେ । ଯଦି ରୋଗୀଜଣକ ର‌୍ୟୁମାଟୋଲୋଜିଷ୍ଟଭ୍‌କୁ ଲକ୍ଷଣ ଆରମ୍ଭର ପ୍ରଥମ ୬ ମାସରୁ ୧ ବର୍ଷ ମଧ୍ୟରେ ପରାମର୍ଶ କରନ୍ତି ତେବେ ସେ କ୍ଷେତ୍ରରେ ରୋଗକୁ ଉପଯୁକ୍ତ ଭାବରେ ନିୟନ୍ତ୍ରଣ କରାଯାଇପାରିଥାଏ ଓ ଉପଯୁକ୍ତ ଔଷଧ ଗ୍ରହଣ କରିବା ଦ୍ୱାରା ଏକ ସ୍ୱାଭାବିକ ଜୀବନ ଅତିବାହିତ କରାଯାଇପାରେ । ତେଣୁ ପ୍ରମୁଖ ବିଷୟ ହେଉଛି ଏହି ରୋଗକୁ ସଠିକ ସମୟରେ ଚିହ୍ନଟ କରି ସଠିକ୍ ଚିକିତ୍ସା ଆରମ୍ଭ କରିବା । ରେଗୁଲାର ଚେକ୍ ଅପ୍‌ସ, ଫଲୋ ଅପ୍‌ସ ଓ ଚିକିତ୍ସାର ଅନୁପାଳନ ଦ୍ୱାରା ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗୀମାନେ ଏକ ସ୍ୱାଭାବିକ ଓ ସାଧାରଣ ଜୀବନ ଅତିବାହିତ କରିପାରିବେ ।
ଡା. ଦେବାଶିଷ୍ ମେକାପ, ଆସିଷ୍ଟାଂଟ ପ୍ରଫେସର, ଡିପାର୍ଟମେଂଟ ଅଫ୍ କ୍ଲିନିକାଲ୍ ଇମ୍ୟୁନୋଲୋଜି ଓ ର‌୍ୟୁମାଟୋଲୋଜି, କିମ୍‌ସ, ଭୁବନେଶ୍ୱର କହିଛନ୍ତି ଯେ, “ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗୀମାନଙ୍କୁ ହାଲୁକା ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଉଛି । ଯେତେବେଳେକି ମେକାନିକାଲ୍ ଯନ୍ତ୍ରଣାକୁ ବିଶ୍ରାମ ଦ୍ୱାରା ଉପଚାର କରାଯାଇପାରେ, ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ହେଉଛି ଏକ ପ୍ରଦାହଜନିତ ଅବସ୍ଥା ଯେଉଁଥିପାଇଁ ନିୟମିତ ବ୍ୟାୟାମ ଓ ଚଳପ୍ରଚଳ କରିବାର ଆବଶ୍ୟକତା ରହିଛି । ଶାରିରୀକ ଚଳନ ସହିତ, ଔଷଧୀୟ ଡ୍ରଗ୍‌ସ ଯଥା ବାୟୋଲୋଜିକ୍‌ସ ଯାହାକୁ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ ତାହାକୁ ରୋଗର ପ୍ରଗତିକୁ ଉଲ୍ଲେଖନୀୟ ଭାବରେ ନିୟନ୍ତ୍ରଣ କରିଥାଏ ଓ ପ୍ରଦାହକୁ ହ୍ରାସ କରେ ।”
ଅନ୍ୟ ପକ୍ଷରେ, ଶରୀରରେ ପ୍ରଦାହକୁ ହ୍ରାସ କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ରହିଛି ଯାହାକୁ ଜଣେ ବ୍ୟବହାର କରିପାରେ । ପ୍ରଦାହକୁ ହ୍ରାସ କରିବା ଓ ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ରେ ଉନ୍ନତି ଆଣିବାର କେତେକ ଟିପ୍ସ ହେଉଛି :
– କମ୍ ପ୍ରଭାବଯୁକ୍ତ ସଂପ୍ରସାରଣ ବ୍ୟାୟାମ ରୁଟିନ୍ : ଉପଯୁକ୍ତ ଶାରିରୀକ କାର୍ଯ୍ୟ ଦ୍ୱାରା ରୋଗର ପ୍ରଗତିକୁ ରୋକା ଯାଇପାରେ, ଭିନ୍ନକ୍ଷମତା ହ୍ରାସ ପାଏ ଓ ଶାରିରୀକ କାର୍ଯ୍ୟକ୍ଷମତା ଓ ଚଳନତାରେ ଉନ୍ନତି ଆସିଥାଏ । ସ୍ପେଶିଆଲିଷ୍ଟମାନେ କମ୍ ପ୍ରଭାବଯୁକ୍ତ ସଂପ୍ରସାରଣ ବ୍ୟାୟାମର ପରାମର୍ଶ ଦେଇଥାନ୍ତି ଯଥା ସନ୍ତରଣ, ଦୌଡ଼ିବା ଓ ଯୋଗ ଯଦ୍ୱାରା ପିଠିର ମାଂସପେଶୀ ମଜବୁତ୍ ହେବା ସହିତ କ୍ଷମତାରେ ଉନ୍ନତି ଆସିଥାଏ ।
– ଅଣ-ପ୍ରଦାହସୃଷ୍ଟିକାରୀ ଖାଦ୍ୟ ଗ୍ରହଣ କରନ୍ତୁ : ଫଳ, ପନିପରିବା, ସମ୍ପୂର୍ଣ୍ଣ ଶସ୍ୟ ଓ ଓମେଗା ୩ ଫ୍ୟାଟି ଏସିଡଯୁକ୍ତ ଖାଦ୍ୟ ପ୍ରଦାହକୁ ହ୍ରାସ କରିଥାଏ । ଓମେଗା-୩ ଫ୍ୟାଟି ଏସିଡ୍ ରୋଗର ତୀବ୍ରତାକୁ ହ୍ରାସ କରେ, ପ୍ରଦାହ ସୃଷ୍ଟିକାରୀ ବିଷୟକୁ କମ୍ କରେ ଓ ଔଷଧ ଉପଚାରକୁ ଅଧିକ ଫଳପ୍ରଦ କରିଥାଏ । ଏହା ସହିତ, ରୋଗୀମାନେ ଅଣ-ପ୍ରଦାହକ ମସଲା ଯଥା ଅଦା, ହଳଦୀ, ରସୁଣ ଓ ଡାଳଚିନି ଗ୍ରହଣ କରିବା ଉଚିତ୍ ଓ ଅତ୍ୟଧିକ ଉତାପରେ ଖାଦ୍ୟକୁ ଗରମ କରିବା ଉଚିତ୍ ନୁହେଁ ।
– ଧୂମପାନ ପରିହାର କରନ୍ତୁ : ଯଦି ରୋଗୀ ଏହି ରୋଗର ବୃଦ୍ଧିକୁ ଅଟକାଇବାକୁ ଚାହୁଁଥାନ୍ତି ତେବେ ଧୂମପାନ ପରିହାର କରିବା ଆବଶ୍ୟକ । ଧୂମପାନ ରୋଗ ପ୍ରତିରୋଧକ ପ୍ରଣାଳୀକୁ କ୍ଷତି ପହଂଚାଇଥାଏ, ଏହା ଉଚ୍ଚ ସ୍ତରୀୟ ସି-ରିଆକ୍‌ଟିଭ୍ ପ୍ରୋଟିନ ସୃଷ୍ଟି କରେ ଓ ପ୍ରଦାହକୁ ଆହୁରି ଖରାପ କରିଥାଏ ।
“ସଠିକ୍ ଔଷଧ ଗ୍ରହଣ ସହିତ ଉପଯୁକ୍ତ ଜୀବନଶୈଳୀ, ଶୃଙ୍ଖଳିତ ଜୀବନ ଓ କିଛି ଖାଦ୍ୟ ସମ୍ପର୍କିତ ସତର୍କତା ଦ୍ୱାରା ରୋଗୀମାନେ ଏକ ଉନ୍ନତ ଜୀବନଯାପନ କରିପାରିବେ । ନିୟମିତ ବ୍ୟାୟାମ, ଶାକାହାରି ଭୋଜନ, ଆଲକୋହଲ୍ ଓ ସିଗାରେଟ୍ ଗ୍ରହଣକୁ ଏଡ଼ାଇବା ଆଦି ହେଉଛି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହାକୁ ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗୀ ଧ୍ୟାନ ପ୍ରଦାନ କରିବା ଉଚିତ୍ । ଡାକ୍ତରଙ୍କ ସହିତ ନିୟମିତ ପରାମର୍ଶ ଦ୍ୱାରା ରୋଗୀ ଏକ ଏକ ସୁସ୍ଥ ଜୀବନ ଯାପନ କରିପାରିବେ” ବୋଲି ଡା. ମେକାପ୍ କହିଛନ୍ତି ।
ସଠିକ୍ ସମୟରେ ଚିକିତ୍ସା ଗ୍ରହଣକୁ ସୁନିଶ୍ଚିତ କରନ୍ତୁ : ବିଳମ୍ବିତ ରୋଗ ନିରୁପଣ ବା ତ୍ରୁଟିପୂର୍ଣ୍ଣ ରୋଗ ନିରୁପଣ ହେଉଛି ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ର ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ସମସ୍ୟା । ପିଠିର ଯନ୍ତ୍ରଣା ପାଇଁ ରୋଗୀମାନେ ଅର୍ଥୋପେଡିକ୍‌ସଙ୍କ ଠାରୁ ଚିକିତ୍ସା ଗ୍ରହଣ କରିଥାନ୍ତି । ମାତ୍ର ଅଳ୍ପ କିଛି ବ୍ୟକ୍ତି ର‌୍ୟୁମାଟୋଲୋଜିଷ୍ଟଙ୍କ ନିକଟରେ ସଠିକ ସମୟରେ ପହଂଚିଥାନ୍ତି । ଆଧୁନିକ ଚିକିତ୍ସା ବିକଳ୍ପ ଯଥା ବାୟୋଲୋଜିକ୍‌ସ ଦ୍ୱାରା ଏହି ଅବସ୍ଥାକୁ ଉପଯୁକ୍ତ ଭାବରେ ପରିଚାଳନା କରାଯାଇପାରେ, ବିଶେଷ କରି ରୋଗୀମାନଙ୍କ ପାଇଁ ଯେଉଁମାନେ ପାରମ୍ପରିକ ରୋଗ ପରିବର୍ତନକାରୀ ଔଷଧ ପ୍ରତି ଉପଯୁକ୍ତ ଭାବରେ ପ୍ରତିକ୍ରିୟା ସୃଷ୍ଟି କରିନଥାନ୍ତି ।
“ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‌” ଚିିକିତ୍ସାରେ ଅନେକ ଉନ୍ନତି ଆସିଛି ଓ ଏଥିରେ ଅନେକ ଡାକ୍ତରୀ ପ୍ରଗତି ହୋଇଛି । ଔଷଧ ଯଥା ବାୟୋଲୋଜିକ୍‌ସ ଆଜି ଉପଲବ୍ଧ ରହିଛି ଯାହାକି ରୋଗୀଙ୍କର ଜୀବନକୁ ସରଳ, ସ୍ୱାସ୍ଥ୍ୟକର କରିବାରେ ସହାୟତା କରିଛି । ଏହା ପ୍ରଦାହକୁ ରୋକିଥାଏ ଓ ରୋଗକୁ ଅଧିକ ବଢ଼ିବାକୁ ଦେଇ ନଥାଏ । କିନ୍ତୁ ଆଜିର ସମସ୍ୟା ହେଉଛି ଏହି ଅବସ୍ଥା ସମ୍ପର୍କରେ ବିଶେଷ ସଚେତନତାର ଅଭାବ ରହିଛି । ରୋଗୀମାନେ ଏହା ବୁଝିବା ଆବଶ୍ୟକ ଯେ ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ହେଉଛି ଡାଇବେଟିସ୍ ବା ଆସ୍ଥମା ପରି ଏକ ଜୀବନବ୍ୟାପୀ ଅବସ୍ଥା । ଏଥିପାଇଁ ନିୟମିତ ବ୍ୟବଧାନରେ ଫଲୋ-ଅପ୍ ଓ ପରୀକ୍ଷାର ଆବଶ୍ୟକ ରହିଛି । ଅଧିକାଂଶ ରୋଗୀ ଔଷଧ ଗ୍ରହଣ କରିବା ଦ୍ୱାରା ସୁସ୍ଥ ଅନୁଭବ କରିବା ପରେ ଆଉ ଡାକ୍ତରଙ୍କ ସହିତ ନିର୍ଦ୍ଧାରିତ ସମୟରେ ପରାମର୍ଶ କରିନଥାନ୍ତି” ବୋଲି କହିଛନ୍ତି ଡା. ପରିଡ଼ା ।
ଶୃଙ୍ଖଳାର ଅଭ୍ୟାସ କରନ୍ତୁ : ଜୀବନର ମାନ ହ୍ରାସ ପାଇବା ଦ୍ୱାରା ଏହା ଉଲ୍ଲେଖନୀୟ ଭାବରେ ରୋଗୀମାନଙ୍କୁ ଶାରିରୀକ ଭାବରେ ପ୍ରଭାବିତ କରିଥାଏ ଏବଂ ଧୀରେ ଧୀରେ ତାଙ୍କର ଅବସ୍ଥା ଖରାପ ଆଡ଼କୁ ଗତି କରିଥାଏ । ତେଣୁ ଜଣେ ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗୀ ସର୍ବଦା ଶୃଙ୍ଖଳିତ ଜୀବନ ଯାପନ କରିବା ଆବଶ୍ୟକ, ସଠିକ୍ ଚିକିତ୍ସା ବିଧି ଅନୁପାଳନ ସହିତ ସୁପାରିଶକୃତ ଜୀବନଶୈଳୀକୁ ଗ୍ରହଣ କରିବା ଉଚିତ୍ । ନିଜର ସଚେତନତା ବୃଦ୍ଧି କରିବା ଦ୍ୱାରା ଏବଂ ସଠିକ୍ ସମୟରେ ରୋଗର ଚିହ୍ନଟ କରି ର‌୍ୟୁମାଟୋଲୋଜିଷ୍ଟଙ୍କ ସହିତ ପରାମର୍ଶ କରିବା ଦ୍ୱାରା ଏହି ରୋଗରୁ ଉପଶମ ମିଳିପାରିବ ।

loading...

Leave A Reply

Your email address will not be published.