Breaking

ସମସ୍ତ ଅମ୍ବୁଲାନସ୍ ପାଈ ଗୋଟିଏ ନଂ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ଏବେ ବିଭିନ୍ନ ସରକାରୀ ଯୋଜନାରେ ଆମ୍ବୁଲାନ୍ସ ଚାଲୁଛି। ବିଭିନ୍ନ ଘରୋଇ ହସ୍ପିଟାଲ, ଟ୍ରଷ୍ଟ ଓ ଘରୋଇ ସଂସ୍ଥା ପକ୍ଷରୁ ବି। ଏହିପରି ରାଜ୍ୟରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୨୦୮୯। ଅର୍ଥାତ୍ ଯେତେ ଯୋଜନା, ଯେତେ ସଂସ୍ଥା ସେତେ ନମ୍ବର। ଲୋକ ଜରୁରୀକାଳୀନ ପରିସ୍ଥିତିରେ ଗୋଟିଏ ସଂସ୍ଥାକୁ ଫୋନ୍‌ କଲେ ଯଦି ଆମ୍ବୁଲାନ୍ସ ମିଳୁନି ତେବେ ଆଉ ଏକ ସଂସ୍ଥାକୁ ଫୋନ୍ କରିବାକୁ ପଡ଼ୁଛି। ସ୍ଥିତି ଏପରି ହେଉଛି ଯେ, ରୋଗୀ ପାଇଁ ଆମ୍ବୁଲାନ୍ସ ଯୋଗାଡ଼ କରୁକରୁ ସ୍ଥିତି ଅଣାୟତ ହୋଇଯାଉଛି।ଆଗକୁ ଏହିଭଳି ସ୍ଥିତି ଆଉ ଉପୁଜିବନି। ସବୁ ଆମ୍ବୁଲାନ୍ସ ‌ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର ରହିବ। ସେହି ନମ୍ବରକୁ ଫୋନ୍‌ କଲେ ହିଁ ଲୋକଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିଯିବ। ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର ରଖିବାକୁ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ପରାମର୍ଶ ଦେଇଥିଲା। ଏହାକୁ ଖୁବ୍‌ ଶୀଘ୍ର ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍ବା‌ସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତୁରନ୍ତ ସମସ୍ତ ପ୍ରସ୍ତୁତି ଶେଷ କରି ଜଣାଇବାକୁ କୁହାଯାଇଛି।

loading...

Leave A Reply

Your email address will not be published.