Breaking

ଓଡିଶାରେ ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମା ୪୨ବର୍ଷକୁ ବୃଦ୍ଧି କରାଯାଉ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡିଶାରେ ସରକାରୀ ଚାକିରି ପାଈଁ ସର୍ବୋଚ୍ଚ ବୟସସୀମା ୩୨ବର୍ଷ ରୁ ୪୨ବର୍ଷକୁ ବୃଦ୍ଧି କରିବା ପାଈଁ ବହୁତ ଦିନରୁ ଦାବି କରାଯାଉଛି।ଛାତ୍ରଛାତ୍ରୀ ମାନେ ବିଭିନ୍ନପ୍ରକାର ଫୋରମ ଓ ଗଣମାଧ୍ୟମ ର ସହଯୋଗରେ ତାଙ୍କର ଦାବିକୁ ସରକାରଙ୍କ ଆଗରେ ଉପସ୍ଥାପନ ଦୀର୍ଘ ବର୍ଷ ହେବ କରି ଆସୁଛନ୍ତି।ଦେଶର ଅଧିକାଂଶ ରାଜ୍ୟରେ ସରକାରୀ ଚାକିରି ପାଈଁ ସର୍ବୋଚ୍ଚ ବୟସସୀମା ୪୨ବର୍ଷ, ଏପରିକି ତାହାଠାରୁ ମଧ୍ୟ ଅଧିକ ରହିଛି।ଯଥା-ଆନ୍ଧ୍ରପ୍ରଦେଶ ୪୨ବର୍ଷ,ହରିୟାଣା ୪୨ବର୍ଷ,ଉତ୍ତରାଖଣ୍ଡ ୪୨ବର୍ଷ,ତେଲେଙ୍ଗାନା ୪୪ବର୍ଷ ଓ ଗୋଆ ୪୫ବର୍ଷ ଇତ୍ୟାଦି।ଯେଉଁଥିପାଈଁ ଆମ ରାଜ୍ୟର ମେଧାବବୀମାନେ ଅନ୍ୟରାଜ୍ୟର ଲୋକ ସେବା ଆୟୋଗ, କର୍ମଚାରୀ ପ୍ରବରଣ ଆୟୋଗ ଦ୍ବାରା ପରିଚାଳିତ ବିଭିନ୍ନ ପରୀିକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି।ହେଲେ ଆମ ରାଜ୍ୟରେ ସରକାରୀ ଚାକିରି ପାଈଁ ସର୍ବୋଚ୍ଚ ବୟସସୀମା ମାତ୍ର ୩୨ବର୍ଷ ଥିବାରୁ ଏଇଭଳି ଅନେକ ମେଧାବୀ ଉପଯୁକ୍ତ ସୁଯୋଗରୁ ବଂଚିତ ହେଇଛନ୍ତି , ଉଚ୍ଚଶିକ୍ଷା ପରେ ସେମାନଙ୍କୁ ମାତ୍ର ଥରେ ବା ଦୁଇଥର ସୁଯୋଗ ମିଳୁଛି ପରୀକ୍ଷା ଦେବାପାଈଁ।ନିକଟରେ ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ମାନଙ୍କର ନିଯୁକ୍ତିରେ ସରକାର ସର୍ବୋଚ୍ଚ ବୟସସୀମା ୩୩ବର୍ଷ ରୁ ୪୮ବର୍ଷକୁ ବୃଦ୍ଧି କରିଛନ୍ତି।ଏପରିକି ଅବସର କାଳିୀନ ବୟସସୀମା ମଧ୍ୟ ବୃଦ୍ଧି ହେଇଛି।ଏହି ଦାବୀ ଆଜିକାର ନୁହେଁ ବା ପ୍ରଥମ ନୁହେଁ।ଏହା ପୂର୍ବରୁ ଅନେକଥର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଭିନ୍ନ ଆଶାୟୀ ପ୍ରାର୍ଥୀଙ୍କ ତରଫରୁ ଏହି ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଛି।ଏପରିକି ବିଧାନସଭାରେ ମଧ୍ୟ ମାନ୍ୟବର ବିଧାୟକମାନେ ସରକାରୀ ଚାକିରି ନିମନ୍ତେ ସର୍ବୋଚ୍ଚ ବୟସସୀମାକୁ ୩୨ବର୍ଷ ରୁ ୪୨ବର୍ଷକୁ ବୃଦ୍ଧି କରିବାପାଈଁ ଯୁକ୍ତି ଉପସ୍ଥାପନ କରିଥିଲେ।ଏହି ସମସ୍ୟା କେତେ ଉତ୍କଟ ଋପ ଧାରଣ କଲାଣି ଏଥିରୁ ସହଜରେ ଅନୁମେୟ।ଏଭଳି କ୍ଷେତ୍ରରେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରିସାରିଲା ପରେ ଉପଯୁତ୍କ କର୍ମସଂସ୍ଥାନ ନପାଇ ହତାଶ ହୋଇ ଏହି ଜନମଙ୍ଗଳକାରୀ ସରକାରଙ୍କର ସୁବିଚାରକୁ ଅପେକ୍ଷା କରିଛନ୍ତି।ତେଣୁ ମହାମାରୀ କରୋନା ସମୟରେ ମେଧାବୀ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ସରକରୀ ଚାକିରିର ବୟସସୀମା କୁ ୩୨ବର୍ଷ ରୁ ୪୨ବର୍ଷକୁ ବୃଦ୍ଧିକରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣପୂର୍ବକ ଅନ୍ୟରାଜ୍ୟ ମାନଙ୍କ ପାଇଁ ଉଦହରଣ ସୃଷ୍ଟି କରି ପାରନ୍ତା

loading...

Leave A Reply

Your email address will not be published.