Breaking

ଆଦାନୀ କୌଶଳ ବିକାଶ କେନ୍ଦ୍ରକୁ ମିଳିଲା ଆଇସିସି ସାମାଜିକ ପ୍ରଭାବ ପୁରସ୍କାର

0

ଧାମରା :ଆଦାନୀ କୌଶଳ ବିକାଶ କେନ୍ଦ୍ରକୁ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ କୋଲ୍କାତାଠାରେ ମିଳିଛି ସ୍ୱତନ୍ତ୍ର ଜୁରୀ ମାନ୍ୟତା ପୁରସ୍କାର । ସିମ୍ୟୁଲେଟର ଆଧାରିତ କ୍ରେନ ପରିଚାଳନା, ୩ଡି ପ୍ରିଣ୍ଟିଂ ଏବଂ ବର୍ତ୍ତମାନ ସମୟରେ ବୃଦ୍ଧି ଘଟୁଥିବା ଜ୍ଞାନକୌଶଳ ମାଧ୍ୟମରେ ୱେଲ୍ଣ୍ଡିଂ ଆଦି ଅଭିନବ ଏବଂ ଅଦ୍ୱିତୀୟ ପାଠ୍ୟକ୍ରମ ଆରମ୍ଭ କରିପାରିଥିବା ଆଦାନୀ କୌଶଳ ବିକାଶ କେନ୍ଦ୍ର (ଏଏସ୍ଡିସି) ହେଉଛି ଦେଶର ପ୍ରଥମ କୌଶଳ ବିକାଶ ସଂସ୍ଥାନ ।
ହ୍ୟାଣ୍ଡସ୍-ଅନ୍ ସ୍କିଲିଂ କାର୍ଯ୍ୟକ୍ରମ ୭୦ ପ୍ରତିଶତ ଅନୁପାତରେ ନିଯୁକ୍ତି ପ୍ରଦାନ କରିଥାଏ ଏବଂ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିଥାଏ । ୩୪ଟି ସରକାରୀ ପାଠ୍ୟକ୍ରମରେ ତାଲିମ ବ୍ୟତୀତ, ୧୧ଟି ଏଏସ୍ଡିସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଏହି କେନ୍ଦ୍ର ପ୍ରଦାନ କରିଥାଏ ।
ଡଃ ପ୍ରୀତି ଆଦାନୀ, ଅଧ୍ୟକ୍ଷ, ଆଦାନୀ ଫାଉଣ୍ଡେସନ କହିଛନ୍ତି, “ଆଦାନୀ କୌଶଳ ବିକାଶ କେନ୍ଦ୍ର କେବଳ ଭାରତର ଯୁବବର୍ଗଙ୍କୁ ଦକ୍ଷତା ସମ୍ପନ୍ନ କରିଥାଏ ତାହା ନୁହେଁ, ଯୁବବର୍ଗଙ୍କୁ ଜୀବନର ପ୍ରତି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ଆତ୍ମବିଶ୍ୱାସ ମଧ୍ୟ ଜାଗ୍ରତ କରାଇଥାଏ । ଆମେ ନିଯୁକ୍ତ ଚାହୁଁଥିବା ଲୋକଙ୍କ ପାଇଁ ଏକ ସୁଯୋଗ ଏବଂ ବିଭିନ୍ନ ବୈଷୟିକ ଏବଂ ଅଣ-ବୈଷୟିକ କୌଶଳରେ ପ୍ରଶିକ୍ଷଣ ପ୍ରଦାନ କରି ସାମ୍ଭାବ୍ୟ ଉଦ୍ୟୋଗୀ ସୃଷ୍ଟି କରିବାକୁ ଚାହୁଁଛୁ । ମୋତେ ଖୁସି ଲାଗୁଛି କି ଆମର ଏହି ପ୍ରୟାସକୁ ପ୍ରତିଷ୍ଠିତ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ତରଫରୁ ମାନ୍ୟତା ମିଳିଛି ।”
ଆଦାନୀ କୌଶଳ ବିକାଶ କେନ୍ଦ୍ର (ଏଏସ୍ଡିସି) ମଧ୍ୟମ ପରିଯୋଜନା ଶ୍ରେଣୀରେ ରୋଜଗାର ବୃଦ୍ଧି କରାଉଥିବା ବ୍ୟବସାୟିକ କୌଶଳ ଅନ୍ତର୍ଗତ ପୁରସ୍କାର ନିମନ୍ତେ ୨୦ଟି ଅନ୍ୟ ଅନ୍ତିମ ନାମାଙ୍କନ ସହିତ ପ୍ରତିଯୋଗିତା କରିଥିଲା । ଶ୍ରୀ ଯତୀନ ଦ୍ୱିବେଦୀ, ମୁଖ୍ୟ, ଦକ୍ଷତା ବିକାଶ, ଆଦାନୀ ଫାଉଣ୍ଡେସନ ଏହି ପୁରସ୍କାର ଆଦାନୀ ଫାଉଣ୍ଡେସନ ତରଫରୁ ଗ୍ରହଣ କରିଥିଲେ ।
ଡଃ ଶଶୀ ପଞ୍ଜା, ରାଜ୍ୟ ମନ୍ତ୍ରୀ, ମହିଳା ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ, ପଶ୍ଚିମବଙ୍ଗ ସରକାର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ହେଉଛି ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ବ୍ୟବସାୟ ଏବଂ ଉଦ୍ୟୋଗର ସବୁଠାରୁ ପ୍ରତିଷ୍ଠିତ ଏବଂ ପ୍ରମୁଖ ସଂସ୍ଥା ।
ଆଦାନୀ କୌଶଳ ବିକାଶ କେନ୍ଦ୍ର ରାଷ୍ଟ୍ରୀୟ କୌଶଳ ବିକାଶ କେନ୍ଦ୍ରର ସମସ୍ତ ନିର୍ଦ୍ଦେଶାବଳୀର ପାଳନ କରିଥାଏ । ପ୍ରତିବର୍ଷ ୨୦,୦୦୦ ରୁ ଊଦ୍ଧ୍ୱର୍ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦେବା ଏହି କୌଶଳ କାର୍ଯ୍ୟକ୍ରମର ଲକ୍ଷ୍ୟ । ଏଏସ୍ଡିସି ମାଧ୍ୟମରେ ୨୦୨୨ ମସିହା ମଧ୍ୟରେ ୩୦୦,୦୦୦ ଲୋକଙ୍କ ନିମନ୍ତେ ପ୍ରଶିକ୍ଷଣ ଏବଂ ରୋଜଗାରର ସୁଯୋଗ ପ୍ରଦାନ କରିବା ନିମନ୍ତେ ଆଦାନୀ ଫାଉଣ୍ଡେସନ ଲକ୍ଷ୍ୟ ରଖିଛି ।

loading...

Leave A Reply

Your email address will not be published.