Breaking

୧୬ରେ “ଅଳ୍ପ ଦିନର‌ ଗଳ୍ପ” ମୁକ୍ତିଲାଭ କରିବ

0

ଭୁବନେଶ୍ବର :ଜୀସାର୍ଥକରେ ଆସୁଛି ନୂଆ ଓଡ଼ିଆ ସିନେମା “ଅଳ୍ପ ଦିନର‌ ଗଳ୍ପ” l ଏଥିରେ ନବାଗତ ଜ୍ୟୋତି ପଣ୍ଡା ଓ ସାୟଲ୍ ବାନାର୍ଜୀ ନଜର ଆସିଛନ୍ତି l ଟିନ ଏଜ୍ ପ୍ରେମ କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି l ଭରଦ୍ୱାଜ ପଣ୍ଡା ଏମିତି ଏକ ଲଭ୍ ଷ୍ଟୋରୀକୁ ରଚନା କରିବା ସହ ବେଶ ଚମତ୍କାର ଭାବେ ଶବ୍ଦରେ ମଧ୍ୟ‌ ସଜାଇଛନ୍ତି l ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ସିନେମାର ଅଡିଓ ରିଲିଜ୍ ହୋଇଥିବା ବେଳେ ଆସନ୍ତା ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬.୩୦ମିନିଟ୍ ରେ ସିନେମାଟି ଜୀସାର୍ଥକରେ ମୁକ୍ତିଲାଭ କରିବ ବୋଲି ଜୀସାର୍ଥକ ତରଫରୁ ସୂଚନା ଦିଆ ଯାଇଛି l ଅଜୟ ରାଉତ ପ୍ରଯୋଜିତ ଓ ଅଶୋକ ପତି ନିର୍ଦ୍ଦେଶିତ “ଅଳ୍ପ ଦିନର ଗଳ୍ପ” ସିନେମାର ଗୀତ ଗୁଡ଼ିକ ବେଶ ମନ ଛୁଆଁ ହୋଇଛି l ପୁଷ୍ପକ ପରିଡା ଗୀତ ଗୁଡ଼ିକ ରଚନା କରିଛନ୍ତି l ଆସାଦ ନିଜାମ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ସତ୍ୟଜିତ, ଅସୀମା, କୁଲଦୀପ, ଆଶୁତୋଷ ପ୍ରମୁଖ କଣ୍ଠଦାନ କରିଛନ୍ତି l ସାୟାଲ ଓ ଜ୍ୟୋତି ପ୍ରଥମ ଥର ପାଇଁ ଜୀ ସାର୍ଥକ ବ୍ୟାନରରେ ଏକାଠି ନଜର ଆସିବେ l ପୂର୍ବରୁ ଅନେକ ହିଟ ଫିଲ୍ମ ଓଲିଉଡକୁ ଭେଟି ଦେଇଛି ଜୀସାର୍ଥକ l ଏବେ ନବାଗତ ଜ୍ୟୋତି ଓ ସାୟଲଙ୍କୁ ନେଇ ଆସୁଥିବା ଏହି ସିନେମା ମଧ୍ୟ ସୁପରହିଟ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରହିଛି l

loading...

Leave A Reply

Your email address will not be published.