ଭୁବନେଶ୍ୱର: ଦେଶର ବଡ଼ ବଡ଼ କମ୍ପାନୀ ଓ ହୋଟେଲରେ କାମ କରୁଥିବା ୪ ଓଡ଼ିଆ ଯୁବକ କୋଭିଡ ସଂକ୍ରମଣରେ ନିଜ ଜୀବନ ବଞ୍ଚାଇବା ସହ ଜୀବିକା ପାଇଁ ଚିନ୍ତିତ ଥାଇ ମଧ୍ୟ ଘରକୁ ଚାଲିଆସିଥିଲେ। ହେଲେ ସେମାନେ ଘରେ ବସି ରହିବା ବଦଳରେ ଅନ୍ଲାଇନ ଜରିଆରେ ଭୁବନେଶ୍ବର ସହରରେ ଖାଦ୍ୟ ଯୋଗାଣ (ଫୁଡ୍ ଡେଲିଭରି) କାର୍ଯ୍ୟ ଆରମ୍ଭ କରିଥିଲେ। ଅଳ୍ପ ଦିନରେ ସେମାନଙ୍କ ଆଶା ଓ ଲକ୍ଷ୍ୟ ପୂରଣ ହୋଇଯାଇଥିଲା। କାରଣ ଅନ୍ଲାଇନ ଖାଦ୍ୟ ଯୋଗାଣ କରୁଥିବା ଘରୋଇ ସଂସ୍ଥା ‘ଜମାଟୋ ଓ ସ୍ତ୍ରୀଗି’ ଭଳି କମ୍ପାନୀଠାରୁ ମଧ୍ୟ ଭଲ ସ୍କୋରର ଭାବେ ସ୍ବୀକୃତି ପାଇପାରିଥିଲେ। ଏପରିକି ଉକ୍ତ ବ୍ୟବସାୟ ସେମାନଙ୍କୁ ଏକ ପରିଚୟ ମଧ୍ୟ ଦେଇପାରିଛି। ପରେ ସେମାନେ ଏହାକୁ ଏକ ‘ଫୁଡ୍ ଷ୍ଟାର୍ଟଅପ’ ଆକାରରେ ହୋଟେଲ ‘ଅମ୍ବର’ ସହ ମିଶି କାରବାର ଆରମ୍ଭ କରିଥିଲେ। ଗତ ୨ବର୍ଷ ମଧ୍ୟରେ ଅନ୍ଲାଇନରେ ଅମ୍ବରର ଚାହିଦା ମଧ୍ୟ ବୃଦ୍ଧି ପାଇବା ସହ ସହରରେ ଅନ୍ୟ ସ୍ଥାନରେ ଏହାର ଶାଖା ଖୋଲିବା ପାଇଁ ଡିମାଣ୍ଡ ମଧ୍ୟ ଅନ୍ୟ ଅଞ୍ଚଳରୁ ଆସିଲା । ଏହାକୁ ନଜରରେ ରଖ୍ ଅମ୍ବରର ପରିଚାଳନା ନିର୍ଦ୍ଦେଶକ ସମ୍ଭବ ଦାସ ଆଉ ଏକ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସୋମବାର ସ୍ଥାନୀୟ ଏମ୍ସ ହସ୍ପିଟାଲ ସମ୍ମୁଖ ବିପୁଲ୍ ଗ୍ରୀନ୍ କ୍ୟାମ୍ପସରେ ଖୋଲିଛନ୍ତି। ଏହି ପରିପ୍ରେକ୍ଷୀରେ କୌଣସି ନେତା କି ଅଭିନେତାଙ୍କ ବଦଳରେ ସ୍ଥାନୀୟ ଆଶା କିରଣ ଅନାଥାଶ୍ରମର ପିଲାମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଏପରିକି ଅମ୍ବର ରେଷ୍ଟୁରାଣ୍ଟର ଉଦ୍ଘାଟନୀ ଉତ୍ସବ ଏକ ଭିନ୍ନ ଚିନ୍ତାଧାରାରେ ଆୟୋଜିତ ହୋଇଯାଇଛି। ସେହିଭଳି ପ୍ରାୟ ୧୦୦ ଜଣ ଅନାଥ ପିଲା ମଧ୍ୟ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବା ସହ ସୁସ୍ବାଦୁ ଭୋଜନ ମଧ୍ୟ କରିଥିଲେ। ଅପରପକ୍ଷରେ ଏଠାରେ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ଆମିଷ ଓ ନିରାମିଷ ସାଙ୍ଗକୁ ଦେଶୀ ଓ ବିଦେଶୀ ଖାଦ୍ୟର ସମ୍ଭାର ସ୍ବଳ୍ପ ମୂଲ୍ୟରେ ପାଇପାରିବେ ବୋଲି ସମ୍ଭବ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ବର ଦାସ, ସଚ୍ଚିନ ମହାପାତ୍ରଙ୍କ ସମେତ ଦାସ ପରିବାରର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
Breaking
Jaydev Vihar SIP Abacus Marks Fifth Annual Celebration in BhubaneswarTata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.