ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍ ଉପରେ ପୁଲିସର ଚଢ଼ଉ ଜାରି ରହିଛି। ଗତ ୨ ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ବାର୍ ଉପରେ ଚଢ଼ଉ କରାଯାଇ ମୋଟ ୨୦ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଗତ ଶୁକ୍ରବାର ଦିନ ଖାରବେଳନଗର ଥାନା ଅଧୀନରେ ଥିବା ସୋଲାଲ-ଇନ୍ ବାର୍ରେ ଚଢ଼ଉ କରି ପୁଲିସ ସେଠାରୁ ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା।ସେହିପରି ଗତକାଲି ଅର୍ଥାତ୍ ଶନିବାର ରାତିରେ ସ୍ପେଶାଲ ସ୍କ୍ୱାଡ୍ ଓ ଲକ୍ଷ୍ମୀସାଗର ଥାନା ପୁଲିସ ରେନ ଦ ବାର୍, କଳ୍ପନାଠାରେ ଥିବା ଦୀପାଳି ଓ ବାପୁଜୀ ନଗରର ଓଇସ ବାର୍ରେ ଅତିର୍କିତ ଚଢ଼ଉ କରି ମୋଟ ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ବିନା ଅନୁମତିରେ ବିଳମ୍ବିତ ରାତି ଯାଏଁ ବାର୍ ଚଳାଇବା ଓ ଯୁବତୀମାନଙ୍କୁ ଅଶ୍ଳୀଳ ନୃତ୍ୟ କରାଇବା ଅଭିଯୋଗରେ ସମସ୍ତଙ୍କୁ ସର୍ଟ-ଷ୍ଟେ ହୋମ୍କୁ ପଠାଇଛି। ସେହିପରି ଅଟକ ବାର୍ କର୍ମଚାରୀ ଓ ମ୍ୟାନେଜର୍ଙ୍କୁ ପଚରାଉଚାର କରାଯାଉଛି।
Breaking
BMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to KnowIIMT’s Commitment to International Collaboration and Academic Excellence