Breaking

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ

0

ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ବରିଷ୍ଠ ନେତ୍ରୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ମଙ୍ଗଳବାର ରାତିପ୍ରାୟ ୧୦ଟା ସମୟରେ ସୁଷମା ସ୍ବରାଜଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ (ଏମ୍‌ସ)ରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ ଶ୍ରୀମତି ସ୍ବରାଜଙ୍କ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ ।

ଦେଶର ପ୍ରଥମ ମହିଲା ବୈଦେଶିକ ମନ୍ତ୍ରୀଙ୍କ ପରଲୋକ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ସୁଷମା ସ୍ବରାଜ ମାତ୍ର ୨୫ ବର୍ଷ ବୟଷରେ ସର୍ବ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଭାବେ ହରିୟାଣା ରାଜ୍ୟ ମନ୍ତ୍ରୀମଣ୍ଡଳରେ ଯୋଗଦାନ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । ପରବର୍ତ୍ତି ସମୟରେ ଦିଲ୍ଲୀର ପ୍ରଥମ ମହିଲା ମୁଖ୍ୟମନ୍ତ୍ରୀ ଭାବେ ସେ ଅଧିଷ୍ଠିତ ହୋଇଥିଲେ । ଏତି ସହ ସେ ଭାରତ ସରକାରରେ ଦୁଇ ଦୁଇଥର ମନ୍ତ୍ରୀ ହୋଇଥିଲେ ।

HomeLatest

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ
LatestLeadingଦେଶ- ବିଦେଶ
By Sambad Last updated Aug 7, 2019

ସେୟାର
ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ବରିଷ୍ଠ ନେତ୍ରୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ମଙ୍ଗଳବାର ରାତିପ୍ରାୟ ୧୦ଟା ସମୟରେ ସୁଷମା ସ୍ବରାଜଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ (ଏମ୍‌ସ)ରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ ଶ୍ରୀମତି ସ୍ବରାଜଙ୍କ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ ।

ଦେଶର ପ୍ରଥମ ମହିଲା ବୈଦେଶିକ ମନ୍ତ୍ରୀଙ୍କ ପରଲୋକ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ସୁଷମା ସ୍ବରାଜ ମାତ୍ର ୨୫ ବର୍ଷ ବୟଷରେ ସର୍ବ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଭାବେ ହରିୟାଣା ରାଜ୍ୟ ମନ୍ତ୍ରୀମଣ୍ଡଳରେ ଯୋଗଦାନ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । ପରବର୍ତ୍ତି ସମୟରେ ଦିଲ୍ଲୀର ପ୍ରଥମ ମହିଲା ମୁଖ୍ୟମନ୍ତ୍ରୀ ଭାବେ ସେ ଅଧିଷ୍ଠିତ ହୋଇଥିଲେ । ଏତି ସହ ସେ ଭାରତ ସରକାରରେ ଦୁଇ ଦୁଇଥର ମନ୍ତ୍ରୀ ହୋଇଥିଲେ ।

ସୁଷମା ସ୍ବରାଜଙ୍କ ଜନ୍ମ ୧୯୫୩ ମସିହା ଫ୍ରେବୁଆରି ୧୪ ତାରିଖରେ ହୋଇଥିଲା । ତାଙ୍କର ଛାତ୍ର ଜୀବନ ହରିୟାଣାର ଅମ୍ବାଲା କ୍ୟାଣ୍ଟନମେଣ୍ଟରେ ଅତିବାହିତ ହୋଇଥିଲା । ତାଙ୍କର ବାପା ଭରଦେବ ଶର୍ମା ଆରଏସ୍ଏସ୍‌ କର୍ମୀ ଥିଲେ, ତାଙ୍କ ପ୍ରଭାବରେ ସୁଷମା ଛାତ୍ର ଜୀବନରୁ ରାଜନୀତିକୁ ଆସି ଅଖିଲ ଭାରତୀୟ ବିଦ୍ୟା ପରିଷଦ ସହିତ ଜଡିତ ହୋଇଥିଲେ । ଉଚ୍ଚଶିକ୍ଷା ସମାପ୍ତ ହେବା ପରେ ସୁଷମା ୧୯୭୩ ମସିହାରୁ ସୁପ୍ରିମ କୋର୍ଟ‌େରେ ଆଇନ ଓ ବ୍ୟବସ‌ାୟ ଆରମ୍ଭ କରିଥିଲେ ।

ଏହା ପରେ ୧୯୭୭ ମସିହାରେ ସେ ପ୍ରତକ୍ଷ୍ୟ ରାଜନୀତିକୁ ଆସି ହରିୟାଣାରୁ ବିଧାନସଭା ନିର୍ବାଚନ ଲଢିଥିଲେ ପ୍ରଥମ ଥର ବିଧାନ ସଭାକୁ ଆସିବା ପରେ ହିଁ ଦେବିଲାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ । ଏହା ପରେ ଜାତୀୟ ରାଜନୀତିକୁ ଆସି ୧୯୯୬ ମସିହାରେ ଅଟଲ ବିହାରି ବାଜପେଇଙ୍କ ମନ୍ତ୍ରୀ ମଣ୍ଡଳରେ ସୂଚନା ଓ ପ୍ରଶାରଣ ମନ୍ତ୍ରୀ ହୋଇଥିଲେ । ଏହା ପରେ ସେ ୨୦୦୩ ମସିହାରେ କେନ୍ଦ୍ରରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମଧ୍ୟ ସମ୍ଭାଳିଥିଲେ । ସେ ସ୍ବାସ୍ଥ୍ୟ ମନ୍ତ୍ରୀଥିବା ବେଳେ ଦେଶର ଅନ୍ୟ ୫ଟି ସ୍ଥାନ ସମେତ ଭୁବନେଶ୍ବରରେ ଏମ୍‌ସ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ।

loading...

Leave A Reply

Your email address will not be published.