Breaking

ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନ ସଭାରେ ବଜେଟ ଉପସ୍ଥାପିତ କରାଯାଇଛି । ପଞ୍ଚମ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଈ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ମହିଳା, କୃଷି, ଜଳସେଚନ, ଶିକ୍ଷା,ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଗାମୀ ବର୍ଷ ଠାରୁ ସମ୍ପୂର୍ଣ୍ଣ ଇଲୋକଟ୍ରୋନିକ୍ସ ଉପାୟରେ ବଜେଟ ପୁସ୍ତିକା ପ୍ରକାଶ ପାଇବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏହାଛଡା ବିପର୍ଯ୍ୟୟ ପରିଚାଳନା ଉପରେ ଫୋକସ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।
ନବୀନ ସରକାର ଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଥିବାର ଚଳିତ ବଜେଟରେ କୃଷି ପାଇଁ ୨୦ ହଜାର ୭୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗତବର୍ଷ କୃଷି ପାଇଁ ୧୬, ୬୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । କୃଷି ବଜେଟରେ କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪୦୦ କୋଟି, କୃଷି ଋଣ ପାଇଁ ୮୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।ସ୍ୱାସ୍ଥ୍ୟ ପାଇଁ ଚଳିତ ବଜେଟରେ ୬୮୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯାହା ଗତ ବର୍ଷ ସ୍ୱାସ୍ଥ୍ୟ ବଜେଟରୁ ପ୍ରାୟ ୧୦ ପ୍ରତିଶତ ଅଧିକ ରହିଛି । ଆଉ ଏହି ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଦରମା ପାଇଁ ୨୫ ହଜାର ୫୦୦ କୋଟି, ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ ୧୬,୪୦୦ କୋଟ. ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୧୧୩୦ କୋଟି, ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପାଇଁ ୬୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ମିଶନ ଶକ୍ତି ପାଇଁ ୩୦୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୩୪୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାଛଡହ ରେଳ କ୍ଷେତ୍ରରେ ବିକାଶ ପାଇଁ ୪୦୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି ।

loading...

Leave A Reply

Your email address will not be published.