କନ୍ଧମାଳ :କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ସୋମବାର ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କ ନିକଟରେ ଶ୍ରୀ ସାମନ୍ତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡ଼ିର ବହୁ ସମର୍ଥକ, ତୃଣମୂଳସ୍ତରର କର୍ମୀ ଓ ନିଜର ଶୁଭେଚ୍ଛୁଙ୍କ ଗହଣରେ ଶ୍ରୀ ସାମନ୍ତ ଆଜି ମାଦିକୁନ୍ଦା ଛକରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଫୁଲବାଣୀ ସହରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ସାମନ୍ତ ମାଲ୍ୟାର୍ପଣ କରିଥିଲେ । ପରେ ପୂର୍ବାହ୍ନ ୧୧ଟା ସମୟରେ ଶ୍ରୀ ସାମନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସମଗ୍ର କନ୍ଧମାଳ ଜିଲ୍ଲା ଏବଂ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ଶ୍ରୀ ସାମନ୍ତଙ୍କର ଲକ୍ଷାଧିକ ଶୁଭେଚ୍ଛୁ ରହିଥିବାରୁ ଶ୍ରୀ ସାମନ୍ତଙ୍କୁ ସମର୍ଥନ କରି ଆଜି କନ୍ଧମାଳର ସମସ୍ତ ପଞ୍ଚାୟତରେ ହଜାର ହଜାର ସମର୍ଥକ ବିଶେଷକରି ଯୁବଗୋଷ୍ଠୀ ଏକତ୍ରିତ ହୋଇ ଉତ୍ସବ ମନାଇଥିଲେ । ପ୍ରାର୍ଥୀପତ୍ର ଦାଖଲ ପରେ ଶ୍ରୀ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଶୁଭେଚ୍ଛୁ ଓ ଦଳୀୟ ସମର୍ଥକଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ ।
ନାମାଙ୍କନ ପତ୍ର ଦାଖଲ ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ କହିଛନ୍ତି, କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନୋନୀତ କରିଥିବାରୁ ସେ ଅତ୍ୟନ୍ତ ଖୁସି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟର ବିକାଶଧାରା ଜାରି ରଖିଥିବା ମୁଖ୍ୟମନ୍ତ୍ରୀ କନ୍ଧମାଳର ବିକାଶକୁ ଗୁରୁତ୍ୱ ଦେଉଥିବାରୁ କନ୍ଧମାଳବାସୀଙ୍କ ବିକାଶ ପାଇଁ କାମ କରିବେ ଶ୍ରୀ ସାମନ୍ତ କହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ବିକାଶ ଓ ଯୁବଗୋଷ୍ଠୀର ବିକାଶ ପାଇଁ ସେ ଦୀର୍ଘ ୩୦ବର୍ଷ ଧରି କାମ କରିଆସୁଥିବାରୁ ନିଜର ଅଭିଜ୍ଞତାକ କାମରେ ଲଗାଇବା ସହ କନ୍ଧମାଳବାସୀ ତାଙ୍କ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି ତାହା ସେ ପୂରଣ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
Breaking
Tata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: Kotak