ଭୁବନେଶ୍ୱର : ଓଡିଶାରେ ୨୦ ବର୍ଷ ଶାସନ କରିଥିବା ବିଜୁ ଜନତା ଦଳ ପଞ୍ଚମ ଥର ଲାଗି ଆରମ୍ଭ କରିଛି ତାର ବିଜୟ ଅଭିଯାନ ଯାହାର ମଙ୍ଗ ଧରିଛନ୍ତି ବିଜୁ ନନ୍ଦନ ନବୀନ । ଆଜି ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଜିଲ୍ଲାର ବହୁ ବିଜେଡି ନେତା ଉପସ୍ଥିତ ଥିଲେ। ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାରା ତାରିଣୀଙ୍କ ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଏବଂ ବରଗଡ଼ ଜିଲ୍ଲାର ବିଜେପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
Breaking
ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and JharkhandUtkal Builders Celebrates 35 Glorious Years with the Utkal Grand Property Sale CarnivalMeet the Next Chapter of Ultra