ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସିଧାସଳଖ IIT ଭୁବନେଶ୍ୱର କ୍ୟାମ୍ପସ୍କୁ ଯିବେ।ଦିନିକିଆ ଓଡ଼ିଶା ଗସ୍ତ ଏବଂ ତିନି ଘଣ୍ଟାର ରହଣି ସମୟରେ ବେଳେ ମୋଦୀ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ କରିବେ । ଏହା ସହିତ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ନାଇଜର୍ କ୍ୟାମ୍ପସ୍ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟ ଗୋଶାଳରେ ହେବାକୁ ଥିବା ଏହି ସାଧାରଣ ସଭାରେ ହଜାର ହଜାର ଲୋକ ଏକତ୍ରିତ ହେବେ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୪୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ।ସେହିପରି ମୋଦିଙ୍କ ସଭାସ୍ଥଳକୁ ପାଣି ପାଉଚ ଓ ପାଣି ବୋତଲ ମନା । ଏହା ସହିତ ୪ ଜଣ ଏସ୍ପି, ୩୦ ଜଣ ଡିଏସ୍ପି ଓ ୧୦ ଏସ୍ପି ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha