ଭୁବନେଶ୍ୱର :ବ୍ଲକଗ୍ରାଂଟ ଭଳି ଘୃଣ୍ୟ ପ୍ରଥାର ଉଛେଦ ଦାବିରେ ବ୍ଲକଗ୍ରାଂଟ ଶିକ୍ଷକଙ୍କ ଓ ଆନ୍ଦୋଳନ ୨୮ ଦିନରେ ପହଁଚିଛି । ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଶିକ୍ଷକ ଓ ଅଧ୍ୟାପକ । ଗତକାଲି ଆନ୍ଦୋଳନରତ ଶିକ୍ଷକମାନେ ରାସ୍ତାରେ ଗଣେଶ ପୂଜା କରିଥିବା ବେଳେ ଆଜି ନୂଆଁ ଖାଇଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ।
୧୬ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଥିବା ବ୍ଲକଗ୍ରାଂଟ ଶିକ୍ଷକ, ଅଧ୍ୟାପକଙ୍କ ଆନ୍ଦୋଳନ ପ୍ରଭାବରେ ସାରା ରାଜ୍ୟରେ ସ୍କୁଲଗୁଡିକରେ ପଡିଛି ତାଲା । ପୂର୍ଣ୍ଣ ଅନୁଦାନ ଦାବିରେ ସରକାରଙ୍କ ସହ ଏକପ୍ରକାର ମୁହାଁମୁହିଁ ହୋଇଛି ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ । ଅହୋରାତ୍ର ଧାରଣାରେ ବସିରହିଥିଲେ ବି ସରକାରଙ୍କ ପକ୍ଷରୁ ଆଲୋଚନା ନେଇ କୌଣସି ପଦକ୍ଷେପ ନିଆଯାଇଥିବା ଅଭିଯୋଗରେ ସ୍କୁଲଗୁଡିକୁ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି । ଯାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପଡିଛି ।
ତେବେ ଗୋଟିଏ ପଟେ ଶିକ୍ଷକଙ୍କ ଆନ୍ଦୋଳନ, ଆଉଗୋଟିଏ ପଟେ ସରକାରଙ୍କ ଉଦାସୀନତା । ଏହାରି ଭିତରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି ତାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।
Breaking
Jaydev Vihar SIP Abacus Marks Fifth Annual Celebration in BhubaneswarTata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.