ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ମାଳବାଡ଼ ଗାଁରେ ଡବଲ୍ ମର୍ଡର । ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ପରିବାରର ସ୍ୱାମୀ ଓ ସ୍ତ୍ରୀ ପ୍ରାଣ ହରାଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ସରସ୍ୱତୀ ବିଶ୍ୱାଳ ।ପୂର୍ବ ଶତ୍ରୁତାରୁ ତ୍ରିଲୋଚନ ସେନାପତି ନାମକ ଯୁବକ ଗାଁର ସୁଧାକର ବିଶ୍ୱାଳଙ୍କ ପରିବାର ଉପରେ ଅାକ୍ରମଣ କରିଥିଲେ।ଫଳରେ ଘଟଣାସ୍ଥଳରେ ସରସ୍ୱତୀ ପ୍ରାଣ ହରାଇଥିଲେ । ସେହିପରି ଚାନ୍ଦବାଲି ମେଡିକାଲରେ ସୁଧାକରଙ୍କ ମୃତ୍ୟୁ ହୋଇଥିଲା ।ଅାକ୍ରମଣକାରୀ ଯୁବକ ତ୍ରିଲୋଚନ ସେନାପତି ଓ ତାର ଜଣେ ସହଯୋଗୀକୁ ପୁଲିସ ଅଟକ ରଖି ଘଟଣାର ଛାନଭିନ୍ ଜାରି ରଖିଛି।
Breaking
୧୬ରେ ରୋଡ୍ ଶୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକIndulge the salon: 3 new salon launch by Aftab shivadasaniA Rich Tapestry of Art, Tradition and Heritage: Odisha’s Top 5 Saree Weaves that Never Fail to Captivate the Soulଦିନରେ ସ୍ବପ୍ନ ଦେଖୁଛି ବିଜେପି: ମୁଖ୍ୟମନ୍ତ୍ରୀକୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ପ୍ରଚାର