Breaking

ଆସୁଛି ବନ୍ୟା ! ହୀରାକୁଦ ଡ୍ୟାମ୍‌ର ୨୫ ଗେଟ୍‌ ଖୋଲିଲା

0

ଭୁବନେଶ୍ୱର:ମହାନଦୀ ଅବବାହିକାରେ ପୁଣି ଦେଖାଦେଇଛି ବନ୍ୟା ଆଶଙ୍କା। ଛତିଶଗଡରେ ବର୍ଷା ଲାଗି ରହିଥିବାରୁ ପ୍ରବଳ ବନ୍ୟା ଜଳ ହୀରାକୁଦ ଡ୍ୟାମ ଭିତରକୁ ପ୍ରବେଶ କରିବା ଆରମ୍ଭ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହୀରାକୁଦ ଡ୍ୟାମ୍‌ ପୂରି ଉଠିବ। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ୨୫ଟି ଗେଟ୍‌ ଖୋଲିଛନ୍ତି। ୪ ଲକ୍ଷ କ୍ୟୁସେକ୍ରୁ ଅଧିକ ବନ୍ୟା ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ସକାଳ ସୁଦ୍ଧା ବନ୍ୟା ଜଳ କଟକ ମୁଣ୍ଡଳୀରେ ପହଞ୍ଚିବ । ସେଠାରେ ଜଳସ୍ତର ବୃଦ୍ଧି ପାଇ ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ । ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁ ପ୍ରସାଦ ସେଠୀ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ଏଣୁ ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି। ଏହାର ମୁକାବିଲା ପାଇଁ ଜରୁରିକାଳୀନ ଯୋଜନା ପ୍ରସ୍ତୁତ କର। ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖ। ପାଓ୍ଵାର ବୋଟ୍‌, ଦେଶୀ ଡଙ୍ଗା ମହଜୁଦ ରହିବା ଦରକାର। ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିବା ଉଚିତ୍‌। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ କୁହାଯାଇଛି।

You May Like Here:
            ⇓

loading...

Leave A Reply

Your email address will not be published.