Breaking

ହାଟ ସୁରକ୍ଷା ପାଇଁ ଥାନା ଘେରିଲା ଶହୀଦ ନଗର ହାଟ ବଣିକ ସଂଘ

0

ଭୁବନେଶ୍ୱର :ଅସାମାଜିକ ଲୋକଙ୍କ କବଳରୁ ଶହୀଦ ନଗର ହାଟକୁ ସୁରକ୍ଷା ଦେବା ପାଇଁ ଆଜି ସହିଦ ନଗର ହାଟ ବଣିକ ସଂଘ ତରଫରୁ ଥାନା ଘେରାଉ କରାଯାଇଥିଲା । ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ ନାରାବାଜି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ଦାବି କରିଥିଲା । ଘଟଣା ସ୍ଥଳରେ ଥାନାର ଏସିପି ପହଂଚି ପ୍ରତିଶୃତି ଦେଲା ପରେ ସଂଘ ଧାରଣାରୁ ହଟିଥିଲା ।
ସଂଘର ସମ୍ପାଦକ ସୁଧୀର ରଞ୍ଜନ ତ୍ରିପାଠୀଙ୍କ କହିବା ମୁତାବକ,ଵେବସାୟୀ ମାନଙ୍କୁ ଵିଏମସି ଭବାନୀ ମଲ୍ଲ ପାଖରେ ପିଣ୍ଡି କରିବା ପାଇଁ କିଛି ଜାଗା ଦେଇଛି । ଉକ୍ତ ଜାଗାରେ ପିଣ୍ଡି ତିଆରି କରିବାକୁ ଗଲା ବେଳେ କିଛି ଅସାମାଜିକ ଲୋକଙ୍କ ସହିତ କର୍ପୋରେଟର ମିଶି ତିଆରି କରିବାକୁ ଦେଉନାହାନ୍ତି । ପ୍ରତିଦିନ ହାଟ ମଝିରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଯାହାର ମୂଳ ଉଦେଶ୍ୟ ରହିଛି ଏଠାରୁ ହାଟକୁ ହଟାଇବା ପାଇଁ । ଏନେଇ ଆମେ ସହିଦ ନଗର ଥାନାରେ ବାରମ୍ବାର ଅଭିଯୋଗ କଲେ ବି ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଉନାହିଁ ।ଥାନା କତୃପକ୍ଷ ସେମାନଙ୍କ କଥାରେ ଆସି କାମ ବନ୍ଦ କରୁଛନ୍ତି ।ତେଣୁ ବାଧ୍ୟ ହୋଇ ଆଜି ଆମେ ଥାନା ଘେରାଉ କରିଛୁ ।ସଂଘର କହିବା ମୁତାବକ ଏଠାରେ ୪୦୦ ବେପାରୀ ବେପାର କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ।ହେଲେ କିଛି ଅସାଧୁ ଲୋକଙ୍କ ପାଇଁ ତାଙ୍କ ଵେବସାୟୀରେ ବାଧା ସୃଷ୍ଟି ହୋଉଛି ।ତେଣୁ ଥାନା ଅଧିକାରୀ ୭ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନ ନେଲେ ଡିସିପି ଅଫିସ ଘେରାଉ କରିବା ପାଇଁ ସଂଘ ଚେତାବନୀ ଦେଇଛି ।ଏହି ଧାରଣାରେ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.