Breaking

‘ମୁଁ ହିରୋ…ମୁଁ ଓଡ଼ିଶା’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୨ ମାସ ପର୍ଯ୍ୟନ୍ତ ରାଜ୍ୟର ସବୁ ବ୍ଲକ ଓ ପୌରାଞ୍ଚଳରେ ବୁଲିବ ୬ଟି ଭ୍ରାମ୍ୟମାଣ ରଥ

0

କଟକ :ଆଜି ‘ମୁଁ ହିରୋ..ମୁଁ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଓଡ଼ିଶା ମାଟି ବୀର ମାଟି । ଏ ମାଟିର ସନ୍ତାନ ଓଡ଼ିଶା ପାଇଁ ସଂଗ୍ରାମ କରିଛନ୍ତି । ସମାଜ ପ୍ରତି ଏମାନଙ୍କର ବିଶେଷ ଅବଦାନ ରହିଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଛି । ବିଜୁ ଯୁବ ବାହିନୀ ଅନ୍ତର୍ଗତ ମୁଁ ହିରୋ ମୁଁ ଓଡ଼ିଶା ଅଭିଯାନରେ ୬ଟି ଭ୍ରାମ୍ୟମାଣ ରଥ ଆଗାମୀ ୨ ମାସ ପର୍ଯ୍ୟନ୍ତ ରାଜ୍ୟର ସବୁ ବ୍ଲକ ଓ ପୌରାଞ୍ଚଳରେ ବୁଲିବ ।ରଥଟି ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପରିବେଶ, ନାରୀ ସଶକ୍ତିକରଣ, ପ୍ରାକୃତିକ ବିପର୍ଯ୍ୟସ୍ତ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଲୁକାୟିତ ପ୍ରତିଭାଙ୍କୁ ଖୋଜିବାରେ ସହାୟକ ହେବ ।

loading...

Leave A Reply

Your email address will not be published.