Breaking

5ଟସଚିବ ଙ୍କ ମହାନତା : ବିପଦ ସମୟ ରେ ଆଶାରଆଲୋକ ସାଜିଲା bsky କାର୍ଡ

0

ଜଗତସିଂହପୁର ଜିଲ୍ଲା କୃଷ୍ଣନାଦପୁର ଅଞ୍ଚଳ ର ଅକଲିମ ବକାଶ ର ଏକ ପୁଅ ଜାନୁଆରୀ ୨ ତାରିଖ ରେ ଜନ୍ମ ହେଇଥିଲା । ଜନ୍ମ ହେବା ପରେ ଶିଶୁଟି ଅସୁସ୍ଥ ହେବା ସହ ଶ୍ୱାସକ୍ରିୟା କରିବା ରେ ସମସ୍ୟା ହେଉଥିଲା ଏବଂ ତାକୁ ବାତ ମାରୁଥିଲା ପରେ ତାକୁ କଟକ ଶିଶୁ ଭବନ ଓ ଏକ ଘରେଇ ହସ୍ପିଟାଲ ରେ ବାପା ଅଲି ଭର୍ତ୍ତି କରିଥିଲେ। କିନ୍ତୁ ପାଖରେ ଟଙ୍କା ଟିଏ ନଥିଲା ଏପଟେ ପୁଅ ମରଣ ସହ ଲଢେଇ। ସେ ବିଷୟରେ ଏକ ବ୍ୟକ୍ତି ଅହମେଦ ଖାନ ନାମକ ବ୍ୟକ୍ତି ଟ୍ୱଇଟ କରି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ 5t ସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ଖବର 5t ସଚିବ ଙ୍କ ପାଖରେ ପହଂଚିବା ପରେ ଶ୍ରୀ ପାଣ୍ଡିଆନ ଏହା ଉପରେ ଅନୁସନ୍ଧାନ କରିଥିଲେ ଯେତେବେଳେ ଜାଣିଲେ ଶିଶୁ ଟିର ସ୍ୱାସ୍ଥ୍ୟ ଅବସ୍ଥା ସଂକଟପର୍ନ ଅଛି ।ସେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀ ଙ୍କୁ ଉକ୍ତ ଶିଶୁ ଙ୍କୁ kims ହସ୍ପିଟାଲ ରେ ଭର୍ତ୍ତି କରିବା ର ସମସ୍ତ ବନ୍ଦବ୍ୟସ୍ତ କରିବା କୁ ତୁରନ୍ତ ନିର୍ଦେଶ ଦେଇଥିଲେ । ତାପରେ ରାଜ୍ୟ bsky ଟିମ ର ସଂଯୋଜନା ରେ ଉକ୍ତ ଶିଶୁ ଙ୍କୁ କାଲି ବିଳମ୍ବିତ ସନ୍ଧ୍ୟା ରେ ଶିଶୁ ଟିକୁ kims ହସ୍ପିଟାଲ ରେ bsky ଯୋଜନା ରେ ଆଡମିନସନ କରାଯାଇଛି । ଖୁସି ର ଲୁହ ବାପା ଅଲି ଙ୍କ ଆଖିରୁ ଝରି ଆସୁଛି। ରାଜ୍ୟ ସରକାର ଙ୍କ bsky ଯୋଜନା ଙ୍କୁ ପ୍ରସଂଶା କରିବା ସହ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5t ସଚିବ ଙ୍କୁ କୃତଜ୍ଞତା ଜଣେଇଛନ୍ତି ।

loading...

Leave A Reply

Your email address will not be published.