Breaking

ସିସିଟିଭି ନଜରରେ ରହିବେ +୨ ପରିକ୍ଷାର୍ଥି ,ଅଧ୍ୟାପକ, କର୍ମଚାରୀ

0

ଭୁବନେଶ୍ୱର :ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ଚଳିତ ବର୍ଷ ସମସ୍ତ +୨ ଖାତାର ଅନଲାଇନ ଓ ଅଫଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ମୂଲ୍ୟାୟନ କେନ୍ଦ୍ରର ପର୍ଯ୍ୟବେକ୍ଷକଙ୍କ ନିକଟକୁ ଚିଠି ମାଧ୍ୟମରେ ସମସ୍ତ ଅନଲାଇନ ଓ ଅଫଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ମାର୍ଚ୍ଚ ତୃତୀୟ ସପ୍ତାହରୁ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ।
ଏହି ସିସିଟିଭି କ୍ୟାମେରା ଷ୍ଟ୍ରଙ୍ଗ୍ ରୁମରେ ଲଗାଯିବ । ଯେଉଁଠି ମୂଲ୍ୟାୟନ ହୋଇଥିବା କିମ୍ବା ମୂଲ୍ୟାୟନ ହେବାକୁ ଥିବା ଉତ୍ତର ଖାତା, ମାର୍କ ଫୁଏଲ୍, ପରୀକ୍ଷକଙ୍କ ରିପୋର୍ଟ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗୃହୀତ କରାଯାଇ ରଖାଯାଏ ।
ଏହାବ୍ୟତିତ ପରିଷଦ ଫେବ୍ରୁଆରି ୨୩ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡିକର ମରାମତି କରିବାକୁ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ଆବଶ୍ୟକସ୍ଥଳେ ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନର ସହଯୋଗ ନେବାକୁ କୁହାଯାଇଛି।
ସେହିପରି ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ମାର୍ଚ୍ଚ ୭ ତାରଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ତାରିଖ ମଧ୍ୟରେ ସମାପ୍ତ ହେବ ।

loading...

Leave A Reply

Your email address will not be published.