Breaking

ରାଜଧାନୀରେ ଡବଲ ଏନ୍‌କାଉଣ୍ଟର : ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ

0

ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ଘଟଣା ବଢିବାରେ ଲାଗିଛି। ଏହା ରାଜଧାନୀବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଘଟିଛି ଡବଲ ଏନ୍‌କାଉଣ୍ଟର। ଏହି ଏନ୍‌କାଉଣ୍ଟରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି। ଆହତ ଅପରାଧିମାନେ ହେଲେ ବିବେକା ଓ ଅରୁଣ। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଡକାୟତି ଓ ଲୁଟ୍‌ରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଚୋରି, ଡକାୟତି ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନେଇ ରାଜଧାନୀବାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ଦୁଇଦିନ ତଳେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ରସୁଲଗଡ଼ରେ। ଘରକୁ ଫେରୁଥିବା ବେଳେ ରସୁଲଗଡ଼ରେ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଫେରାର ହୋଇଥିଲେ। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତ୍ୟକ୍ତ ହୋଇ ରସୁଲଗଡ଼ ଛକରେ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ଯାହା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିଲା।

loading...

Leave A Reply

Your email address will not be published.