Breaking

ବର୍ଷା ଦିନେ କେଉଁ ଖାଦ୍ୟ ଶରୀର ପାଇଁ ହାନିକାରକ ? ଜାଣନ୍ତୁ

0

ବର୍ଷାଦିନେ ଖାଦ୍ୟପେୟରେ ଧ୍ୟାନ ନଦେଲେ, ଅନେକ ସଂକ୍ରମଣ ରୋଗ ହେବାର ଆଶଙ୍କା ଥାଏ । ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ଖାଦ୍ୟକୁ ନେଇ ଜ୍ୱର, ଜଣ୍ଡିସ୍ ଭଳି ରୋଗ ଅନେକ ସଂଗ୍ରାମ ରୋଗ ହୋଇଥାଏ । ଏନେଇ ବାହାର ଜିନିଷ ବା ଖାଦ୍ୟ ପଦାର୍ଥଠାରୂ ଦୂରେଇ ରହିବା ସହ ଘରୋଇ ଖାଦ୍ୟରେ ଧ୍ୟାନ ଦେବା ନିହାତି ଜରୁରୀ । ତେବେ ଅନେକ ଖାଦ୍ୟ ଅଛି ଯାହାକୁ ବର୍ଷାଦିନେ ଖାଇବା ଦ୍ୱାରା ତାହା ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାରିବା ବର୍ଷାଦିନେ କଣ ଖାଇବା ଅନୁଚିତ୍…

(୧) ମାଛ-: ବର୍ଷା ଋତୁରେ ଦନୀ, ପୋଖରୀ ଆଦିରେ ମାଛ ଭର୍ତ୍ତି ହୋଇଯାଆନ୍ତି । ବର୍ଷା ଋତୁ ହେଉଛି ମାଛ ଓ ଚିଙ୍ଗୁଡ଼ିମାନଙ୍କ ପ୍ରଜନନ ସମୟ। ହି କାରଣରୁ ବର୍ଷା ଦିନରେ ସାମୁଦ୍ରିକ ମାଛ ଖାଇବା କ୍ଷତିକାରକ ହୋଇପାରେ। ଆପଣ ସଜ ମାଛ ବା ଚିକେନ, ମଟନ ଖାଇପାରିବେ ।

(୨) ଶାଗ-: ବର୍ଷା ଦିନେ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କାରଣ ବର୍ଷା ଦିନେ ଶାଗରେ ସାଧାରଣତଃ ପୋକ ହୋଇଥାଏ । ଆଉ ଏହି ପୋକ ବିଭିନ୍ନ ରୋଗର କାରଣ ସାଜିଥାଏ । ସେଥିପାଇଁ ଯଥା ସମ୍ଭବ ଶାଗ ଖାଆନ୍ତୁ ନାହିଁ ।

(୩) ବାସିଖାଦ୍ୟ-: ବର୍ଷା ଦିନେ ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । କାରଣ ବର୍ଷା ଋତୁରେ ହ୍ୟୁମିଡିଟି ବହୁତ ଅଧିକ ରହେ । ଫଳରେ ରାତିର ବଳକା ଖାଦ୍ୟ ୬ ଘଣ୍ଟାରେ ପଚିବା ଆରମ୍ଭ ହୋଇଯାଏ ଓ ଖରାପ ହୋଇଯାଏ । ଏହାକୁ ଖାଇଲେ ଦେହ ଖରାପ ହୋଇଥାଏ । ତେଣୁ ବର୍ଷା ଦିନେ କେବଳ ଗରମ ଖାଦ୍ୟ ଖାଆନ୍ତୁ ।

(୪) ଛଣା ଖାଦ୍ୟ-: ବର୍ଷା ଦିନେ ପ୍ରାୟ ସମସ୍ତେ ପକୋଡ଼ା, ଆଳୁଚପ ଭଳି ଛଣାଛଣି ଜିନିଷ ଖାଇବାକୁ ଭଲ ପାଆନ୍ତି । ଘରେ ତିଆରି କରି ଖାଆନ୍ତି, ନହେଲେ ବାହାରୁ କିଣି ଖାଆନ୍ତି । କିନ୍ତୁ ଜାଣନ୍ତି କି ବର୍ଷା ଦିନେ ତେଲ ଛଣା ଜିନିଷ ଖାଇଲେ ପେଟ ସହିତ ଜଡ଼ିତ ଅନେକ ସମସ୍ୟା ଦେଖାଯାଏ । ଏପରିକି ମଇଦା, ଆଳୁ ମସଲା ତଥା ତେଲରେ ଛଣା ହୋଇଥିବା ସ୍ୱାଦିଷ୍ଠ ସିଙ୍ଗଡା ଏସିଡ଼ିଟି ଓ ଗ୍ୟାସ୍‌ ସମସ୍ୟା ଥିବା ଲୋକଙ୍କ ପାଇଁ କ୍ଷତିକାରକ । ଗରିଷ୍ଠ ଏବଂ ତେଲରେ ଛଣା ଖାଦ୍ୟ ମଧ୍ୟ ବର୍ଜନୀୟ, ତେଣୁ ଯଥାସମ୍ଭବ ଏଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ ।

(୫) ଚାଟ୍‌-: ରାସ୍ତା କଡ଼ରେ ବିକ୍ରି ହେଉଥିବା ଏକ ଲୋକପ୍ରିୟ ଖାଦ୍ୟ ହେଉଛି ଚାଟ୍‌ । ସଂଧ୍ୟା ସମୟରେ ସମସ୍ତେ ଚାଟ୍‌ ଖାଇବାକୁ ବେଶୀ ପସନ୍ଦ କରନ୍ତି । ଚାଟ୍‌, ଭେଲ୍‌ପୁରୀ, ଗୁପ୍‌ଚୁପ୍‌ ଆଦି ଖାଦ୍ୟରେ ବ୍ୟବହାର କରାଯାଉଥିବା ଦହି ଏବଂ ପାଣି ଯୋଗୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଅନ୍ତତଃ ବର୍ଷା ଋତୁରେ ଏସବୁ ଖାଦ୍ୟରୁ ଦୂରେଇ ରହିବା ଶ୍ରେୟସ୍କର ।

(୬) ଫାଷ୍ଟ୍‍ ଫୁଡ୍‌ -: ଆଜିକାଲି ରାସ୍ତା କଡ଼ରେ ବିକ୍ରି ହେଉଥିବା ଚାଓମିନ୍‌, ମୋମୋ, ନୁଡୁଲ୍‌ସ୍‌ ଆଦି ଚାଇନିଜ୍‌ ଖାଦ୍ୟ ସମସ୍ତଙ୍କର ବହୁତ ପ୍ରିୟ । ଅନେକ ସମୟରେ ଅବିଶୋଧିତ ପାଣିରେ ଏଭଳି ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ତାହା ଖାଇଲେ ଶରୀର ଅସୁସ୍ଥ ହେବାର ଆଶଙ୍କା ରହିଛି । ଚାଇନିଜ୍‌ ଖାଦ୍ୟରେ ମୋନାସୋଡିୟମ୍‌ ପରିମାଣ ଅଧିକ ଥିବାରୁ ଶରୀରରେ ଶ୍ୱାସକ୍ରିୟା ସମସ୍ୟା, ମୁଣ୍ଡବିନ୍ଧା, ଅଧକପାଳି, ଅରୁଚି, ପାଟି ଜଳାପୋଡ଼ା, ପେଟବ୍ୟଥା ଆଦି ରୋଗ ସୃଷ୍ଟି ହୋଇଥାଏ । ବର୍ଷା ସମୟରେ ଏହାର କୁପ୍ରଭାବ ଅଧିକ ଦେଖାଯାଇଥାଏ।

(୭) ଦହି ଓ କ୍ଷୀର -: ବର୍ଷା ଋତୁରେ ଦହି ତଥା କ୍ଷୀର ଜାତୀୟ ଖାଦ୍ୟ ଦ୍ରବ୍ୟ ଅତ୍ୟନ୍ତ ସତର୍କତାର ସହିତ ଖାଇବା ଉଚିତ । କଫ ହେଉଥିବା ଲୋକେ ଅଧିକ ସତର୍କ ରହିବାଟା ଭଲ । ବର୍ଷା ଋତୁରେ ଉଷୁମ କ୍ଷୀରରେ ସମାନ୍ୟ ହଳଦୀ ପକାଇ ପିଇବାଟା ଦେହ ପାଇଁ ହିତକର ବୋଲି କୁହାଯାଏ।

(୮) ଜୁସ୍‌ -: ବର୍ଷା ଋତୁରେ ଜୁସ୍‌ ପିଇଲେ ତାହା ଠିକ୍‌ ଭାବେ ହଜମ ହୋଇନଥାଏ । ବହୁ ସ୍ଥାନରେ ପଚାଶଢ଼ା ଫଳକୁ କାଟି ବହୁ ସମୟ ଧରି ରଖି ପରେ ଜୁସ୍‌ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି, ଯାହାକୁ ପିଇବା ଦ୍ଵାରା ବିପଦଜନକ ହୋଇପାରେ । ଏହାଦ୍ୱାରା ଝାଡ଼ାବାନ୍ତି ମଧ୍ୟ ହୋଇପାରେ। ବର୍ଷାଋତୁ ଆରମ୍ଭ ହେଲା ପରେ ଆମ୍ବ ଖାଇବା ବନ୍ଦ କରିଦେବା ଉଚିତ । ଅମୃତଭଣ୍ଡା, ନାସ୍‌ପାତି, କଦଳୀ ତଥା କୋଳି ଜାତୀୟ ଫଳ ଖାଇପାରିବା ।

loading...

Leave A Reply

Your email address will not be published.