Breaking

ଗୋରୁଙ୍କୁ ବ୍ୟାପୁଛି ଅଜଣା ଚର୍ମ ରୋଗ: ବିଶେଷଜ୍ଞ ଦଳ ଦ୍ୱାରା ରକ୍ତ ନମୁନା ସଂଗ୍ରହ

0

ବାଲେଶ୍ୱର ଅଫିସ, ୮।୮-ବାଲେଶ୍ୱର ଜିଲାର ରେମୁଣା ଓ ଖଇରା ବ୍ଲକରେ ଗୋରୁମାନଙ୍କୁ ଅଜଣା ଚର୍ମ ରୋଗ ବ୍ୟାପିଥିବା ଖବର ପାଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିତ୍ୟାନନ୍ଦ ଦାସ ଭୁବନେଶ୍ୱରସ୍ଥିତ ରାଜ୍ୟ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରକୁ ଜଣାଇଥିଲେ। ଗୁରୁବାର ଏକ ବିଶେଷଜ୍ଞ ଡାକ୍ତର ଦଳ ବାଲେଶ୍ୱରରେ ପହଞ୍ଚତ୍ ଉକ୍ତ ଦୁଇ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଗୋରୁଗାଈଙ୍କଠାରୁ ରକ୍ତ ଓ ଚର୍ମ ନମୁନା ସଂଗ୍ରହ କରି ଫେରିଯାଇଛନ୍ତି।
ଜିଲା ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ (ରୋଗ ନିୟନ୍ତ୍ରଣ) ଡା. ଜୀବନକୃଷ୍ଣ ସାହୁ, ଖଇରା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ରଘୁନାଥ ସିଂ ଓ ରେମୁଣା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅଜିତ୍‌ ସାମଲ ସହଯୋଗ କରିଥିଲେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦାସଙ୍କ ସୂଚନାନୁସାରେ ଏହି ରୋଗରେ ଜିଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଗୋରୁ ମୃତ୍ୟୁମୁଖରେ ପଡ଼ିନାହାନ୍ତି। ରାଜ୍ୟର ଅନ୍ୟ ଜିଲାଗୁଡିକରେ ଏହି ରୋଗ ଦେଖାଯାଉଥିବା ସୂଚନା ମିଳିଛି। ତେଣୁ ଗୋପାଳକମାନେ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି।

loading...

Leave A Reply

Your email address will not be published.