Breaking

ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ମହିଳାଙ୍କୁ ସହାୟତା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଟେକ୍ ମହେନ୍ଦ୍ରା ଫାଉଣ୍ଡେସନ୍ ସହଯୋଗରେ କୋଭିଡ୍ – ୧୯ ମହାମାରୀ ସମୟରେ ଅଧିକ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦିଆଯାଇଛି । ଆଠଗଡ଼ ନିକଟସ୍ଥ ମାଣିଆବନ୍ଧ ଗ୍ରାମରେ ଥିବା ବୁଣାକାର ପରିବାରର ୫୦୦ ମହିଳାଙ୍କୁ ସହାୟତା ଦିଆଯାଇଛି । ସେମାନଙ୍କୁ ରାସନ୍ ସାମଗ୍ରୀ , ବସ୍ତ୍ର ବଣ୍ଟନ କରାଯାଇଛି । ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଡ.ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ଏହି ଅବସରରେ କହିଛନ୍ତି , ବୁଣାକାର ପରିବାରଙ୍କୁ ସହଯୋଗ କରିବା ପାଇଁ ଆମେ ପ୍ରୟାସ କରୁଛୁ । ସେମାନଙ୍କ ଜୀବନରେ ପୁଣି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛୁ । ଏହି ଅବସରରେ ଡ .ପାଟ୍ଟଶାଣୀ ଟେକ୍ ମହେନ୍ଦ୍ରାର ସିଏଆର ମୁଖ୍ୟ ସୋରମି ଚୋଧୁରୀ , ରଶ୍ମି ମହାନ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ।

loading...

Leave A Reply

Your email address will not be published.