Breaking

କ୍ରାଇମ ପେଟ୍ରୋଲ’ ଅଭିନେତ୍ରୀଙ୍କ ଆତ୍ମହତ୍ୟା

0

ମଧ୍ୟପ୍ରଦେଶ : ଲୋକପ୍ରିୟ ଟିିଭି ଶୋ’ କ୍ରାଇମ ପେଟ୍ରୋଲ ଅଭିନେତ୍ରୀ ପ୍ରେକ୍ଷା ମେହେତା ଆତ୍ମହତ୍ୟା କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରେକ୍ଷାଙ୍କ ଏକ ହାତ ଲେଖା ଚିଠି ମିଳିଥିବା ସୂଚନା ମିଳିଛି। ପୁଲିସ୍ ଚିଠିଟିକୁ ଜବତ କରିଛି। ଇନ୍ଦୋରର ହୀରା ନଗର ଥାନା ଅଧିକାରୀ ରାଜୀବ ଭୋଦରିଆ କହିଛନ୍ତି, ପ୍ରାଥମିକ ତଦନ୍ତ ବେଳେ ପ୍ରେକ୍ଷା ମାନସିକ ଅବସାଦ କାରଣରୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ।

loading...

Leave A Reply

Your email address will not be published.