Breaking

ଭିଏସ୍ଏସ୍ ନଗର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ

0

ଭୂବନେଶ୍ବର- ଭି.ଏସ୍‌.ଏସ୍‌. ନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ୨୩ତମ ବାର୍ଷିକ ଉତ୍ସବ ଏବଂ ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ ମଞ୍ଚର ପ୍ରାୟ ପ୍ରତ୍ୟେକ ସଭ୍ୟା/ସଭ୍ୟ ଉପସ୍ଥିତ ଥିଲେ । ମଞ୍ଚର ସଭାପତି ଶ୍ରଯୁକ୍ତ କୃପାସିନ୍ଧୁ ସାହୁ ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ପ୍ରଭାକର ମିଶ୍ର ୨୦୨୩-୨୪ ମସିହାର ଆୟ ବ୍ୟୟର ହିସାବ ତଥା୨୪-୨୫ ମସିହା ପାଇଁ ପ୍ରସ୍ଥାବିତ ଜମା ଖର୍ଚ୍ଚର ଏକ ଆକଳନ ସାଧାରଣ ସଭାରେ ଉପସ୍ଥାପନ କରିଥିଲେ ଯାହାକି ବାଚନିକ ଭୋଟରେ ସମସ୍ତଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା । ୮୦ ବର୍ଷରୁ ଉର୍ଦ୍ଧ ମଞ୍ଚର ୨୫ ଜଣ ବରିଷ୍ଠ ନାଗରିକଙ୍କ ନାମ ସମ୍ପାଦକ ଶ୍ରୀ ଭ୍ରମରବର ପ୍ରଧାନ ପାଠ କରିଥିଲେ ଏବଂ ସେମାନଙ୍କୁୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଭି.ଏସ୍‌.ଏସ୍ ନଗର ସରକାରୀ ହାଇସ୍କୁଲ ଏବଂ ପ୍ରଭୁଜୀ ଇଂରାଜୀ ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଯଥାକ୍ରମେ ସର୍ବ ଶ୍ରୀ ଐଶ୍ୱର୍ଯ୍ୟ କୁମାର ଧଳ ଏବଂ ସକ୍ଷମ ସୁଜୟଙ୍କୁ ମାନପତ୍ର ସହ ପ୍ରତ୍ୟେକଙ୍କୁ ଟ୨୦୦୦ ପୁରସ୍କାର ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ଉତ୍ତର ବିଧାୟକ ଶୀଯୁକ୍ତ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ପ୍ରଫେସର ଏମେରି ଟସ୍‌, ଡକ୍ଟର ଚତୁର୍ଭୁଜ ଭୁଇଆଁ ଏବଂ ମୁଖ୍ୟ ବକ୍ତା ଶ୍ରୀ ଜଗଦାନନ୍ଦ ଜୀ ସଭାରେ ଯୋଗଦାନ କରି ବରିଷ୍ଠ ନାଗରିକମାନେ ସମାଜର ଏକ ମୁଖ୍ୟ ଅଂଶ ଏବଂ ସେମାନଙ୍କ ଦ୍ୱାରା ସମାଜକୁ ସଂମୃଦ୍ଧ କରିବା ପାଇଁ ଯେଉଁ ଭୂମିକା ରହଛି ତାହାରି ଉପରେ ନିଜ ନିଜର ମତ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର କର ଗତ ତା ୨୩/୧୧/୨୩ରିଖରେ ଗୃହିତ ପ୍ରସ୍ଥାବ ଗୁଡ଼ିକ ଆଲୋଚନା କରିଥିଲେ ଯାହାକି ସମସ୍ତ ସଭ୍ୟଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିଲା । ମଞ୍ଚ ତରଫରୁ ଏକ ସ୍ମରଣିକା, ୨୦୨୪ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଶେଷରେ ସଭାପତି ଶ୍ରୀ କୃପାସିନ୍ଧୁ ସାହୁ ମ ବିଷୟରେ ବିଶେଷ ବୀବରଣୀ ଦେଇଥିଲେ । ସଭାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସର୍ବଶେଷରେ ଉପସଭାପତି ଇଂ ଅକ୍ଷୟ କୁମାର ସାହାଣୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ସମ୍ପାଦକ ଇଂ ସୁରେଶ ଚନ୍ଦ୍ର କର ମଞ୍ଚ ପରିଚାଳନା କରିଥିଲେ ।

loading...

Leave A Reply

Your email address will not be published.