Breaking

ସଡକ ସୁରକ୍ଷା ଉପରେ ଆଲୋଚନାଚକ୍ର

0

ଭୁବନେଶ୍ବର- ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ ଓ ମାଷ୍ଟର ଗିରିଜା ମେମୋରିଆଲ ରୋଡ୍ ସେଫଟି ଫାଉଣ୍ଡେସନ ଟ୍ରଷ୍ଟ ର ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ରୟାଲ ଉଚ୍ଚ ମାଧ୍ୟମିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଳୟ ରେ “ଛାତ୍ର ମାନଙ୍କ ପାଇଁ ସଡକ ସୁରକ୍ଷା”ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି।ଏହି ଆଲୋଚନାଚକ୍ର କୁ ରୋଟାରୀ କ୍ଲବ ତୋଷାଳି ଓ ରୋଟାରୀ କ୍ଲବ ହେରିଟେଜ ଆୟୋଜନ କରିଥିଲେ।ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଡିସିପିକୃଷ୍ଣ ସାମଲ ଦୁର୍ଘଟଣା କିପରି ରୋକାଯାଇ ପାରିବ ତା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ରୟାଲ ଉଚ୍ଚ ମାଧ୍ୟମିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଳୟ ର ଅଧ୍ୟକ୍ଷ ଵିଷ୍ଣୁ ମୋହନ ମହାନ୍ତି ଛାତ୍ର ମାନଙ୍କୁ ସଡକ ସୁରକ୍ଷା ର ନିୟମ ମାନିବା ପାଇଁ ପରାମର୍ଶ ଦେଇଥିଲେ। ମୂଖ୍ୟ ଅତିଥି ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ପ୍ରାନ୍ତପାଳ ଯଜ୍ଞାସିସ ମହାପାତ୍ର ସାମାଜିକ ଗଣମାଧ୍ୟମ ଜରିଆରେ ସଡକ ସୁରକ୍ଷା ସଚେତନତା ଅଭିଯାନ କୁ ଅଧିକ ବ୍ୟାପକ କରିବାପାଇଁ ପରାମର୍ଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅତିଥି ଭାବେ ଡିଜିଏନ ଅନିଲ ସାମଲ ,ଯୁବ ରୋଟାରାକ୍ଟ ଏଡି ଆର ଆର ବ୍ୟୋମକେଶ ପୃଷ୍ଟି ଓ ରୋଟା ରାକ୍ଟ କ୍ଲବ ତୋଷାଳି ର ସଭାପତି ଆକାଂକ୍ଷା ମହାପାତ୍ର ଆଗାମୀ ଦିନରେ ଯୁବ ସମାଜକୁ ସଡକ ସୁରକ୍ଷା ସଚେତନତା ପାଇଁ ଆହ୍ଵାନ ଦେଇଥିଲେ।ରୋଟାରୀ ଜିଲ୍ଲା ସଡକ ସୁରକ୍ଷା ଅଧ୍ୟକ୍ଷା ତଥା ମାଷ୍ଟର ଗିରିଜା ମେମୋରିଆଲ ରୋଡ଼ ସେଫଟି ଫାଉଣ୍ଡେସନ ଟ୍ରଷ୍ଟ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଅମିୟାବାଳା ପରିଡା ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ।ରୋଟାରିଆନ କବି ପ୍ରସାଦ ରାଉତରାୟ, ବିଚିତ୍ରନନ୍ଦ ନାୟକ, ଆଇ. ପି.ପି ଶାକ୍ୟସିଂହ ପଟ୍ଟନାୟକ ,ପିପି ରସାନନ୍ଦ ରାଉତ, ଡିଇଏସ ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

loading...

Leave A Reply

Your email address will not be published.