Breaking

ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣ

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମହିଳା ଉଦ୍ୟୋଗୀ ଓ ଓଡ଼ିଶା ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ

0

*୩୧ ଲକ୍ଷରୁ ଅଧିକ ଟଙ୍କାର ଉତ୍ପାଦ ବିକ୍ରୟ

*ଦୁଇଦିନ ଅତିରିକ୍ତ ଅବଧିରେ ୨୨,୦୦୦ରୁ ଅଧିକ ଦର୍ଶକ

ଭୁବନେଶ୍ୱର ଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ମୁଖ୍ୟ ଆକର୍ଷଣ ଥିଲେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ସେମାନେ ଥିଲେ ସଶକ୍ତୀକରଣ, ସୃଜନଶୀଳତା ଏବଂ ନୂତନତାର ଉଦାହରଣ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ୩୦ରୁ ଅଧିକ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧିତ୍ୱ କରିଥିଲେ । ୪୧ଟି ବଛା ବଛା ଷ୍ଟଲ୍ ରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଆକର୍ଷଣୀୟ ସମାହାର ପ୍ରଦର୍ଶିତ ହୋଇଥିଲା। ଏଠାରେ ଅତିଥିମାନେ କୋରାପୁଟର କୋଟପାଡ଼ ଶାଢ଼ୀ, ନୟାଗଡ଼ର ଟେରାକୋଟା ଏବଂ କଟକର ପ୍ରସିଦ୍ଧ ତାରକସି କାର୍ଯ୍ୟର ସୂକ୍ଷ୍ମ କାରିଗରୀ ଦେଖିବାକୁ ପାଇଥିଲେ। ଏଥି ସହିତ ମୟୂରଭଞ୍ଜର ସବାଇ ଘାସ କଳାକୃତି ଏବଂ ନବରଙ୍ଗପୁରର ଆଦିବାସୀ ଅଳଙ୍କାର ମଧ୍ୟ ମୁଖ୍ୟ ଆକର୍ଷଣ ପାଲଟିଥିଲା ।
ବାଲେଶ୍ୱରର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସେମାନଙ୍କର ପାରମ୍ପରିକ ଜଉ କଣ୍ଢେଇ ଏବଂ ଚୁଡ଼ିର ପ୍ରଦର୍ଶନ କରିଥିବାବେଳେ ବୌଦ୍ଧ ଏବଂ ସୁବର୍ଣ୍ଣପୁରରୁ ସଦସ୍ୟାମାନେ ପାରମ୍ପରିକ ସମ୍ବଲପୁରୀ ଶାଢ଼ୀ, ଢେଙ୍କାନାଳ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବାଉଁଶ କଳାକୃତି, ଗଞ୍ଜାମର ସଦସ୍ୟାମାନେ ପିତ୍ତଳ ଧାତୁ ଏବଂ ଖୋର୍ଦ୍ଧାର ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିବିଧ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ମାଣ୍ଡିଆ-ଭିତ୍ତିକ ବ୍ୟଞ୍ଜନ ଏବଂ ଜୈବିକ ଖାଦ୍ୟ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାଙ୍କ ସ୍ଥାୟୀ ଜୀବନ ଜୀବିକା ଅଗ୍ରଗତିକୁ ପରିପ୍ରକାଶ କରିଥିଲା ।
ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମଧ୍ୟରୁ ଅନେକ ଗୋଷ୍ଠୀ ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଭଳି ଆକାଂକ୍ଷୀ ଜିଲ୍ଲାରୁ ତଥା ଅନୁନତ ଜନଜାତି ସମୂହ (ପିଭିଟିଜି)ରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ । ଏହି ଷ୍ଟଲଗୁଡ଼ିକରେ ପାରମ୍ପରିକ ହସ୍ତତନ୍ତ, ସୂକ୍ଷ୍ମ ହସ୍ତଶିଳ୍ପ ଏବଂ ଜୈବିକ ଉତ୍ପାଦ, ଅନେକ ବିଦେଶୀ ଅତିଥିମାନଙ୍କୁ ଆକର୍ଷିତ କରିଥିଲା।
ମିଶନ ଶକ୍ତି ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ଏହି ପ୍ରଦର୍ଶନ, ଭାରତୀୟ/ ଭାରତୀୟ ବଂଶୋଦ୍ଭବ ବିଦେଶୀ ପ୍ରତିନିଧିମାନଙ୍କଠାରୁ ବ୍ୟାପକ ପ୍ରଶଂସା ପାଇଥିଲା । ଏହି ପ୍ରଦର୍ଶନୀ ମାଧ୍ୟମରେ ମାଣ୍ଡିଆ-ଭିତ୍ତିକ ଜଳଖିଆ ଏବଂ ଆଦିବାସୀ ହସ୍ତଶିଳ୍ପ ଉତ୍ପାଦନ କରୁଥିବା ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ତର୍ଜାତୀୟ କ୍ରେତାମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ପାଇଥିଲେ । ଏହି ମଞ୍ଚ ଆନ୍ତର୍ଜାତିକ ବଜାର ପ୍ରବେଶ ଏବଂ ବର୍ଦ୍ଧିତ ସ୍ୱୀକୃତି ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ଦୃଢ ଆଶା କରାଯାଉଛି । କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଦର୍ଶନୀ ବ୍ୟତୀତ, ସହର ଏବଂ ସହର ବାହାରର ପ୍ରମୁଖ ସ୍ଥାନଗୁଡ଼ିକରେ ଛୋଟ ଅସ୍ଥାୟୀ ଷ୍ଟଲ୍ ସ୍ଥାପନ କରାଯାଇଥିଲା ଯାହା ଓଡ଼ିଶାର ଐତିହ୍ୟ ଏବଂ କାରିଗରୀକୁ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚିଥିଲା ।
କାର୍ଯ୍ୟକ୍ରମର ଦୁଇ ଦିନିଆ ଅତିରିକ୍ତ ଅବଧିରେ ୨୨,୦୦୦ରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରି ମିଶନ ଶକ୍ତି ଷ୍ଟଲ୍ ଗୁଡ଼ିକ ପ୍ରବାସୀ ଭାରତୀୟ ଦିବସ ୨୦୨୫ର ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର ଭାବରେ ଉଭା ହୋଇଥିଲା । ପାରମ୍ପରିକ ବସ୍ତ୍ର, ନିଖୁଣ ହସ୍ତଶିଳ୍ପ ଏବଂ ତାଜା ଜୈବିକ ଉତ୍ପାଦର ସମାହାର ସହିତ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ନିଜକୁ ସଫଳ ଉଦ୍ୟୋଗୀ ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଗର୍ବିତ ରାଷ୍ଟ୍ରଦୂତ ଭାବରେ ପ୍ରମାଣିତ କରିଥିଲେ।
ଏହି ଆକର୍ଷଣୀୟ ପ୍ରଦର୍ଶନୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କର ବିବିଧ ପ୍ରତିଭାକୁ ପ୍ରକାଶ କରିବା ସହିତ ସେମାନଙ୍କୁ ଭାରତୀୟ, ବିଦେଶୀ ପ୍ରତିନିଧି ଏବଂ ପର୍ଯ୍ୟଟକମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା । ସାଂସ୍କୃତିକ ବିନିମୟର କେନ୍ଦ୍ର ହେବା ବ୍ୟତୀତ, ଏହି ଷ୍ଟଲ୍ ‌ଗୁଡ଼ିକ ୩୧ ଲକ୍ଷରୁ ଅଧିକ ଟଙ୍କାର ଉତ୍ପାଦ ବିକ୍ରୟ କରି ଆର୍ଥିକ ସଶକ୍ତିକରଣ ଏବଂ ସାଂସ୍କୃତିକ ସଂରକ୍ଷଣ ଦିଗରେ ମିଶନ ଶକ୍ତିର ଭୂମିକାକୁ ସୁଦୃଢ଼ କରିଥିଲେ ।
ପ୍ରବାସୀ ଭାରତୀୟ ଦିବସ ୨୦୨୫ କାର୍ଯ୍ୟକ୍ରମ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ରୂପାନ୍ତରକାରୀ ଶକ୍ତିକୁ ପ୍ରଦର୍ଶିତ କରି ଦର୍ଶାଇ ଦେଇଥିଲା ଯେ ଦୂର ଦୁରାନ୍ତ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ କିପରି ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ନିଜକୁ ସ୍ଥାପନ କରିପାରନ୍ତି । ଏହି ପଦକ୍ଷେପ ଏକ ବିକଶିତ ଓଡିଶା ଗଠନ ଦିଗରେ ପ୍ରୋତ୍ସାହନ ଯୋଗାଇବା ସହ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ରାଜ୍ୟରେ ଆର୍ଥିକ ପ୍ରଗତିର ମୁଖ୍ୟ ଶକ୍ତି ଭାବେ ସ୍ଥାପିତ କରିବା ଦିଗରେ ଓଡିଶା ସରକାରଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।
ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣ
ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମହିଳା ଉଦ୍ୟୋଗୀ ଓ ଓଡ଼ିଶା ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ
୩୧ ଲକ୍ଷରୁ ଅଧିକ ଟଙ୍କାର ଉତ୍ପାଦ ବିକ୍ରୟ
ଦୁଇଦିନ ଅତିରିକ୍ତ ଅବଧିରେ ୨୨,୦୦୦ରୁ ଅଧିକ ଦର୍ଶକ
ଭୁବନେଶ୍ୱର,ତା୧୩/୦୧/୨୦୨୫ରିଖ ଭୁବନେଶ୍ୱର ଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ମୁଖ୍ୟ ଆକର୍ଷଣ ଥିଲେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ସେମାନେ ଥିଲେ ସଶକ୍ତୀକରଣ, ସୃଜନଶୀଳତା ଏବଂ ନୂତନତାର ଉଦାହରଣ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ୩୦ରୁ ଅଧିକ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧିତ୍ୱ କରିଥିଲେ । ୪୧ଟି ବଛା ବଛା ଷ୍ଟଲ୍ ରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଆକର୍ଷଣୀୟ ସମାହାର ପ୍ରଦର୍ଶିତ ହୋଇଥିଲା। ଏଠାରେ ଅତିଥିମାନେ କୋରାପୁଟର କୋଟପାଡ଼ ଶାଢ଼ୀ, ନୟାଗଡ଼ର ଟେରାକୋଟା ଏବଂ କଟକର ପ୍ରସିଦ୍ଧ ତାରକସି କାର୍ଯ୍ୟର ସୂକ୍ଷ୍ମ କାରିଗରୀ ଦେଖିବାକୁ ପାଇଥିଲେ। ଏଥି ସହିତ ମୟୂରଭଞ୍ଜର ସବାଇ ଘାସ କଳାକୃତି ଏବଂ ନବରଙ୍ଗପୁରର ଆଦିବାସୀ ଅଳଙ୍କାର ମଧ୍ୟ ମୁଖ୍ୟ ଆକର୍ଷଣ ପାଲଟିଥିଲା ।
ବାଲେଶ୍ୱରର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସେମାନଙ୍କର ପାରମ୍ପରିକ ଜଉ କଣ୍ଢେଇ ଏବଂ ଚୁଡ଼ିର ପ୍ରଦର୍ଶନ କରିଥିବାବେଳେ ବୌଦ୍ଧ ଏବଂ ସୁବର୍ଣ୍ଣପୁରରୁ ସଦସ୍ୟାମାନେ ପାରମ୍ପରିକ ସମ୍ବଲପୁରୀ ଶାଢ଼ୀ, ଢେଙ୍କାନାଳ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବାଉଁଶ କଳାକୃତି, ଗଞ୍ଜାମର ସଦସ୍ୟାମାନେ ପିତ୍ତଳ ଧାତୁ ଏବଂ ଖୋର୍ଦ୍ଧାର ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିବିଧ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ମାଣ୍ଡିଆ-ଭିତ୍ତିକ ବ୍ୟଞ୍ଜନ ଏବଂ ଜୈବିକ ଖାଦ୍ୟ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାଙ୍କ ସ୍ଥାୟୀ ଜୀବନ ଜୀବିକା ଅଗ୍ରଗତିକୁ ପରିପ୍ରକାଶ କରିଥିଲା ।
ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମଧ୍ୟରୁ ଅନେକ ଗୋଷ୍ଠୀ ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଭଳି ଆକାଂକ୍ଷୀ ଜିଲ୍ଲାରୁ ତଥା ଅନୁନତ ଜନଜାତି ସମୂହ (ପିଭିଟିଜି)ରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ । ଏହି ଷ୍ଟଲଗୁଡ଼ିକରେ ପାରମ୍ପରିକ ହସ୍ତତନ୍ତ, ସୂକ୍ଷ୍ମ ହସ୍ତଶିଳ୍ପ ଏବଂ ଜୈବିକ ଉତ୍ପାଦ, ଅନେକ ବିଦେଶୀ ଅତିଥିମାନଙ୍କୁ ଆକର୍ଷିତ କରିଥିଲା।
ମିଶନ ଶକ୍ତି ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ଏହି ପ୍ରଦର୍ଶନ, ଭାରତୀୟ/ ଭାରତୀୟ ବଂଶୋଦ୍ଭବ ବିଦେଶୀ ପ୍ରତିନିଧିମାନଙ୍କଠାରୁ ବ୍ୟାପକ ପ୍ରଶଂସା ପାଇଥିଲା । ଏହି ପ୍ରଦର୍ଶନୀ ମାଧ୍ୟମରେ ମାଣ୍ଡିଆ-ଭିତ୍ତିକ ଜଳଖିଆ ଏବଂ ଆଦିବାସୀ ହସ୍ତଶିଳ୍ପ ଉତ୍ପାଦନ କରୁଥିବା ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ତର୍ଜାତୀୟ କ୍ରେତାମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ପାଇଥିଲେ । ଏହି ମଞ୍ଚ ଆନ୍ତର୍ଜାତିକ ବଜାର ପ୍ରବେଶ ଏବଂ ବର୍ଦ୍ଧିତ ସ୍ୱୀକୃତି ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ଦୃଢ ଆଶା କରାଯାଉଛି । କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଦର୍ଶନୀ ବ୍ୟତୀତ, ସହର ଏବଂ ସହର ବାହାରର ପ୍ରମୁଖ ସ୍ଥାନଗୁଡ଼ିକରେ ଛୋଟ ଅସ୍ଥାୟୀ ଷ୍ଟଲ୍ ସ୍ଥାପନ କରାଯାଇଥିଲା ଯାହା ଓଡ଼ିଶାର ଐତିହ୍ୟ ଏବଂ କାରିଗରୀକୁ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚିଥିଲା ।
କାର୍ଯ୍ୟକ୍ରମର ଦୁଇ ଦିନିଆ ଅତିରିକ୍ତ ଅବଧିରେ ୨୨,୦୦୦ରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରି ମିଶନ ଶକ୍ତି ଷ୍ଟଲ୍ ଗୁଡ଼ିକ ପ୍ରବାସୀ ଭାରତୀୟ ଦିବସ ୨୦୨୫ର ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର ଭାବରେ ଉଭା ହୋଇଥିଲା । ପାରମ୍ପରିକ ବସ୍ତ୍ର, ନିଖୁଣ ହସ୍ତଶିଳ୍ପ ଏବଂ ତାଜା ଜୈବିକ ଉତ୍ପାଦର ସମାହାର ସହିତ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ନିଜକୁ ସଫଳ ଉଦ୍ୟୋଗୀ ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଗର୍ବିତ ରାଷ୍ଟ୍ରଦୂତ ଭାବରେ ପ୍ରମାଣିତ କରିଥିଲେ।
ଏହି ଆକର୍ଷଣୀୟ ପ୍ରଦର୍ଶନୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କର ବିବିଧ ପ୍ରତିଭାକୁ ପ୍ରକାଶ କରିବା ସହିତ ସେମାନଙ୍କୁ ଭାରତୀୟ, ବିଦେଶୀ ପ୍ରତିନିଧି ଏବଂ ପର୍ଯ୍ୟଟକମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା । ସାଂସ୍କୃତିକ ବିନିମୟର କେନ୍ଦ୍ର ହେବା ବ୍ୟତୀତ, ଏହି ଷ୍ଟଲ୍ ‌ଗୁଡ଼ିକ ୩୧ ଲକ୍ଷରୁ ଅଧିକ ଟଙ୍କାର ଉତ୍ପାଦ ବିକ୍ରୟ କରି ଆର୍ଥିକ ସଶକ୍ତିକରଣ ଏବଂ ସାଂସ୍କୃତିକ ସଂରକ୍ଷଣ ଦିଗରେ ମିଶନ ଶକ୍ତିର ଭୂମିକାକୁ ସୁଦୃଢ଼ କରିଥିଲେ ।
ପ୍ରବାସୀ ଭାରତୀୟ ଦିବସ ୨୦୨୫ କାର୍ଯ୍ୟକ୍ରମ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ରୂପାନ୍ତରକାରୀ ଶକ୍ତିକୁ ପ୍ରଦର୍ଶିତ କରି ଦର୍ଶାଇ ଦେଇଥିଲା ଯେ ଦୂର ଦୁରାନ୍ତ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ କିପରି ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ନିଜକୁ ସ୍ଥାପନ କରିପାରନ୍ତି । ଏହି ପଦକ୍ଷେପ ଏକ ବିକଶିତ ଓଡିଶା ଗଠନ ଦିଗରେ ପ୍ରୋତ୍ସାହନ ଯୋଗାଇବା ସହ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ରାଜ୍ୟରେ ଆର୍ଥିକ ପ୍ରଗତିର ମୁଖ୍ୟ ଶକ୍ତି ଭାବେ ସ୍ଥାପିତ କରିବା ଦିଗରେ ଓଡିଶା ସରକାରଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।

loading...

Leave A Reply

Your email address will not be published.