ଭୁବନେଶ୍ୱର:ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ ପୁଣିଥରେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଦିଲ୍ଲୀର ଏକ ହସ୍ପିଟାଲରେ ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସିତ ହେଉଛନ୍ତି ପପୁ । ତେବେ କେଉଁ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି ତାହା ଜଣା ପଡିନାହିଁ ।ପୂର୍ବରୁ ପାନକ୍ରିଆସ ରୋଗରେ ସଂକ୍ରମିତ ହୋଇ ଗୁରୁତର ଭାବେ ଅସୁସ୍ଥ୍ ହୋଇଥିଲେ ପପୁ । ଏପରିକି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ବିଗିଡି ଯାଇଥିଲା ଯେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା କିଛି ଦିନ ପୂର୍ବରୁ ପପୁ ସୁସ୍ଥ ହୋଇ ଓଡିଶା ଫେରିଥିଲେ ।ଏବେ ପୁଣିଥରେ ସେ ଅସୁସ୍ଥ ହୋଇପଡ଼ିଥିବା ଖବର ମିଳିଛି। ହେଲେ ଏନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ।
Breaking
Managing Life with High LDL Cholesterol: What You Need to KnowIIMT’s Commitment to International Collaboration and Academic ExcellenceMahindra Launches XUV 3XO ‘REVX’ Series Starting at ₹ 8.94 LakhGalaxy Unpacked July 2025: How to Watch Live Streamରହସ୍ୟ ଉପରୁ ପରଦା ହଟିଲା ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’