ଭୁବନେଶ୍ୱର: ଜଳବାୟୁ ପରିବର୍ତନ ଭଳି ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ନୀଳମାଧବ ପଣ୍ଡାଙ୍କ ସିନେମା “କାଲିର ଅତୀତ’ ସହିତ ଭାରତର ତିନିଟି ଫିଲ୍ମ ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ୩୩୬ଟି ସିନେମାର ତାଲିକାରେ ସ୍ଥାନ ପାଇଛି । ଦି ଏକାଡେମି ଅଫ୍ ମୋସନ ପିକ୍ଚର ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ପକ୍ଷରୁ ଅଫିସିଆଲ୍ ୱେବସାଇଟ୍ରେ ଏହି ତାଲିକା ଜାରି କରାଯାଇଛି । କାଲିର ଅତୀତ ବ୍ୟତୀତ ଅନ୍ୟ ଦୁଇଟି ଭାରତୀୟ ସିନେମା-ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଅଭିନୀତ ଦି ହ୍ୱାଇଟ୍ ଟାଇଗର୍ ଓ ଦକ୍ଷିଣ ଭାରତର ସୁପରଷ୍ଟାର୍ ସୁରିୟାଙ୍କ ସିନେମା “ସୋରାରାଇ ପୋଟାରୁ’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।
୯୩ତମ ଏକାଡେମି ଆୱାର୍ଡସ୍ର ଅଫିସିଆଲ ମନୋନୟନ ୨୦୨୧ ମାର୍ଚ ୧୫ରେ (ସୋମବାର) ଘୋଷଣା ହେବ । ନୀଳମାଧମ ପଣ୍ଡାଙ୍କ କାଲିର ଅତୀତକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି ଏବଂ ସାରା ଦୁନିଆର ଓଡ଼ିଆ ସମ୍ପ୍ରଦାୟଙ୍କ ତରଫରୁ ନୀଳମାଧବଙ୍କୁ ଶୁଭକାମନା ପ୍ରଦାନ କରାଯାଇଛି । କାଲିର ଅତୀତକୁ ଚେକ୍ ଗଣରାଜ୍ୟର ପ୍ରାଗ୍ ସହରରେ ୨୦୨୧ ଏପ୍ରିଲ୍ ୨୯ରୁ ମାର୍ଚ ୭ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୨୮ତମ ପ୍ରାଗ୍ ଫିଲ୍ମ ଫେଷ୍ଟିଭାଲ୍ ଫେବିଓଫେଷ୍ଟ୍ରେ ପ୍ରିମିୟମ୍ ହେବାକୁ ଆମନ୍ତ୍ରଣ ହାସଲ କରିଛି । ଏହା ହେଉଛି ସୁନ୍ଦର ପ୍ରାଗ୍ ସହରରେ ଚାଲିଥିବାକୁ ଥିବା ସବୁଠୁ ଲମ୍ବା ଅବଧି ଫିଲ୍ମ ଫେଷ୍ଟିଭାଲ୍ ।
କାଲିର ଅତୀତରେ ପିତବାସ ତ୍ରିପାଠୀ ଅଭିନୟ କରିଥିବା ବେଳେ ଏଥିରେ ସମୁଦ୍ର ଜଳରେ ଉତଥାନ ଯୋଗୁଁ ମଣିଷ ଓ ସମୁଦ୍ର ମଧ୍ୟରେ ଦେଖାଦେଇଥିବା ଲଢ଼େଇକୁ ପ୍ରଦର୍ଶିତ କରାଯାଇଛି । ଏହାକୁ ଜାନୁଆରିର ଅନୁଷ୍ଠିତ ଆଇଏଫ୍ଏଫ୍ଆଇର ପାନୋରମା ସେକ୍ସନରେ ପ୍ରଦର୍ଶିତ କରାଯାଇଛି ।
Breaking
Jaydev Vihar SIP Abacus Marks Fifth Annual Celebration in BhubaneswarTata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.