ଦିଗପହଣ୍ଡି: ଯୁବ ସମାଜ ଗାଁ ମାଟିକୁ ଭଲ ପାଇଲେ ଭାରତୀୟ ହିନ୍ଦୁ ସଂସ୍କୃତିର ପରମ୍ପରା ଗୁଡିକ ଅକ୍ଷୁର୍ଣ୍ଣ ରହିବ । ଏଥିପାଇଁ ଗାଁରୁ ବଡ ହୋଇ ସହରକୁ ଚାଲିଯାଉଥିବା ଗାଁର ସଭ୍ୟ ଯୁବମାନସିକତା ଗାଁ ମାଆର ସ୍ନେହକୁ ସ୍ମରଣ କରିଲେ ଗାଁର ବିକାଶ ମଧ୍ୟ ସମ୍ଭବ ହୋଇପାରିବ ବୋଲି ମୂଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ଆଇନଜିବୀ ଗଜାନନ ତ୍ରିପାଠୀ ଗାଁର ଯୁବ ମାନସକୁ ପ୍ରେରଣା ଦେଇ କହିଛନ୍ତି । ପରମ୍ପରା ପାଳନ ହୋଇ ଆସୁଥିବା ପବିତ୍ର ନନ୍ଦୋତ୍ସବ ଦୋଳ ମହୋତ୍ସବ ଦଧିଯାତ୍ରା ଉଦ୍ଯାପନ ଉତ୍ସବ ଖେମୁଣ୍ଡି ଗଡଜାତ ରାଜ୍ୟ ସାନଖେମୁଣ୍ଡି ଗଡର ଶ୍ରୀଚନ୍ଦନପୁର ଗ୍ରାମରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଶ୍ରୀଚନ୍ଦନପୁର ଗ୍ରାମର ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଗଠିତ ଶ୍ରୀ ରାଧାକୃଷ୍ଣ ନାଟ୍ୟ ସଂଘ ପକ୍ଷରୁ ଦଧିଯାତ୍ରା ଅବସରରେ ଅନୁଷ୍ଠିତ ରାମାୟଣ ଥିଏଟର ମଞ୍ଚସ୍ଥ ହୋଇଥିଲା । ମୂଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକକର୍ମୀ ବାଳକୃଷ୍ଣ ଚୌଧୁରୀ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଏସ୍ପିର ସୁବେଦାର ସନ୍ତୋଷ କୁମାର ତ୍ରିପାଠୀ ଅବସରପ୍ରାପ୍ତ ସିବିଆଇ ଏକ୍ସସାଇଜ୍ ସୁପରିଟେଣ୍ଡଣ୍ଟ୍ କୋରାପ୍ରସାଦ ତ୍ରିପାଠୀ, ପାଟପୁର ଥାନା ଭାରପ୍ରାପ୍ତ ଥାନାଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଦଧିଯାତ୍ରା ଉତ୍ସବ ଅବସରରେ ଆୟୋଜିତ ଗାଁ ମାଁ ମାଟିକପ ଭଲପାଉଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନାଟ୍ୟ ସଂଘର ସଭାପତି ଅମୂଲ୍ୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସଭାକୁ ସୁଶାନ୍ତ କୁମାର ତ୍ରିପାଠୀ, ଚିନ୍ତାମଣି ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରତ୍ନାକର ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ, ପ୍ରେମାନନ୍ଦ ମହାପାତ୍ର, ସମ୍ପାଦକ ଅକ୍ଷୟ ପ୍ରଧାନ, ୱାର୍ଡ ସଭ୍ୟ ଦୂର୍ଯ୍ୟୋଧନ ରେଡ୍ଡି, ଉପସଭାପତି ଡି.ରାମଚନ୍ଦ୍ର ପାତ୍ର, କୋଷାଧକ୍ଷ ସୂର୍ଯ୍ୟନାରାୟଣ ତ୍ରିପାଠୀ ମଞ୍ଚ ଉପରେ ଉପସ୍ଥିତ ଥିଲେ । ନାୟକକୁ ଯୁବ କଳାକାର ଉମାଚରଣ ଆଚାରୀ ନିର୍ଦ୍ଦେଶନା ଦେଇଥିବା ବେଳେ ଗ୍ରାମର ଯୁବ ସମାଜ ସମୂହ ବିଭିନ୍ନ ପୌରାଣିକ ଚରିତ୍ରରେ ନିଖ୍ଖୁଣ ଭାବେ ନାଟ୍ୟ ପରିବେଷଣ କରିଥିଲେ । ଗ୍ରାମର ବେଦପାଠୀ ଗଜାନନ ହୋତା ଏବଂ ବ୍ରହ୍ମପୁର ବେଦପାଠଶାଳାର ଛାତ୍ର ସମ୍ଭବ କୁମାର ତ୍ରିପାଠୀ ପ୍ରାମ୍ଭିକ ବେଦପାଠ କରିଥିଲେ । ଶିକ୍ଷକ ଦଣ୍ଡପାଣି ମହାପାତ୍ର, ଦିଲ୍ଲୀପ ତ୍ରିପାଠୀ, ମୁନା ତ୍ରିପାଠୀ, ରଙ୍କନିଧି ମହାପାତ୍ର, ଜଗନ୍ନାଥ ତ୍ରିପାଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha