ରାୟଗଡ଼ା : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ପୁଣି ଅାକ୍ରମଣ। ରାୟଗଡ଼ା ଜିଲ୍ଲା କାଶୀପୁରର ଏକ ସଭାମଞ୍ଚରେ ତାଙ୍କୁ ସାଂଘାତିକ ମାଡ଼ ମରାଯାଇଛି। ଅାଉ ଅାକ୍ରମଣର ସେହି ଭିଡ଼ିଓକୁ ସୋସିଅାଲ୍ ମିଡ଼ିଆରେ ନିଜେ ଶେୟାର କରିଛନ୍ତି ଖାରବେଳ।କାଶୀପୁରରେ ଆକ୍ରମଣ ନେଇ ଖାରବେଳ ସ୍ଵାଇଁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଜଣେ ଯୁବକ ନିଜକୁ ବିଜେଡ଼ି ପାର୍ଟିର କହି ମୋ ଉପରେ ଆକ୍ରମଣ କରିଥିଲେ। ଯୁବକ ଜଣକ ମଞ୍ଚ ଉପରେ ଏଠାକୁ କାହିଁକି ଆସିଛ ବୋଲି ପଚାରି ମୋ ମୁହଁରେ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ଆମେ ସଭାରେ ସୁରକ୍ଷା ଯୋଗାଇ ଦେବା ପାଇଁ ପୋଲିସ ମାଗିଥିଲୁ, ମାତ୍ର ପୋଲିସ ଆସିବା କହି ଆସିଲେନି। ସଭା ଚାଲିଥିବା ସମୟରେ ଅଚାନକ ୨/୩ ଜଣ ପହଞ୍ଚି ତୁମେ କିଏ ପଚାରିଥିଲେ। ଆମ ବିନା ଅନୁମତିରେ, ଆମକୁ ନପଚାରି କାହିଁକି ଆସିଛ ? ବିଜେଡି ବିରୋଧରେ କାହିଁକି କହୁଛ କହି ଖାରବେଳଙ୍କ ଉପରେ ଆକ୍ରମଣ କରିଥିଲେ ଯୁବକ। ମୋତେ ବିଧା, ଚାପୁଡା ସହିତ ମାଇକ ଷ୍ଟାଣ୍ଡ ଉଠାଇ ମାରିବାକୁ ଉଦ୍ୟମ କରିଥିଲେ। ଏଥିରେ ମୁଁ ତଳେ ପଡ଼ି ଯାଇଥିଲି। କେବଳ ଏତିକି ନୁହେଁ ବିଜେଡ଼ି ବିରୋଧରେ କହିଲେ ହାଣିଦେବୁ ବୋଲି ଯୁବକମାନେ କହିଛନ୍ତି। ଖାରବେଳଙ୍କୁ ଆକ୍ରମଣ କରିବା ଏହା ହେଉଛି ଦ୍ୱିତୀୟ ଘଟଣା। ପୂର୍ବରୁ ସେ କେନ୍ଦ୍ରାପଡ଼ାର ଆଳିରେ ଆକ୍ରମଣର ଶିକାର ହୋଇଥିଲେ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha