ସବୁଆଡ଼େ ଉତ୍ସବର ମାହୋଲ ଚାଲିଥିବା ବେଳେ ସ୍ଥାନୀୟ ଭି.ଏସ୍.ଏସ୍ ନଗର ୱାର୍ଡ଼ ନଂ-୧୧ ଆସିଛି ଏକ ଦୁଃଖ ଦାୟକ ଖବର । ସୂଚନା ଅନୁସାରେ ଭି.ଏସ୍.ଏସ୍ ନଗର ପାଣିଟାଙ୍କି ସମ୍ମୁଖରେ ଥିବା ଏକ ଫଳ ଦୋକାନରେ ଦୋକାନୀ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଫାଟି ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା ଯେ ଆଖି ପିଛୁଳାକେ ତାହା ତତ୍ସଂଲଗ୍ନ ଏକ ପାନ ଦୋକାନ ଓ ଅନ୍ୟ ଏକ ଦୋକାନକୁ ମାଡ଼ି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ଅନୁମାନ କରାଯାଉଛି । ଅଗ୍ନିକାଣ୍ଡର ଖବର ପାଇ ତୁରନ୍ତ ୱାର୍ଡ଼ ନଂ-୧୧ର ସ୍ଥାନୀୟ କର୍ପୋରେଟର୍ ଶ୍ରୀମତୀ ପ୍ରଭାସିନୀ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀଙ୍କୁ ଯୋଗାଯୋଗ କରିଥିଲେ । କିଛି ସମୟ ମଧ୍ୟରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ୍ତ କରିଥିଲେ । ଏହି ଘଟଣା ନେଇ ସ୍ଥାନୀୟ କର୍ପୋରେଟର ଦୁଃଖ ପ୍ରକାଶ କରିବା ସହ ଦୋକାନୀ ମାନଙ୍କୁ ଆଶ୍ୱସନା ଦେଇଥିଲେ ।
Breaking
BMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in OdishaManaging Life with High LDL Cholesterol: What You Need to KnowIIMT’s Commitment to International Collaboration and Academic Excellence