ଭୁବନେଶ୍ୱର : ପଟିଆ କିଟ୍ ଛକରେ ସାନିଟାରୀ ସୋ ରୁମ୍ ସାଇ ଶରଣଂ ଏଜେନ୍ସି ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥିଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥିଭାବେ ଦିଲ୍ଲୀପ କନଷ୍ଟ୍ରକସନର ନିର୍ଦ୍ଦେଶକ ଦିଲ୍ଲୀପ ଖଟେଇ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଯୁବ ଉଦ୍ୟୋଗୀ ମିହିର କୁମାର ରାଉତ ଓ ସାଗର କୁମାର ରାଉତଙ୍କ ଉଦ୍ୟମରେ ଏହି ସୋରୁମ୍ ଖୋଲାଯାଇଛି ।



ଏହି ଅବସରରେ ସୋ ରୁମର ସ୍ବତ୍ତ୍ବାଧିକାରୀ ମିହିର କୁମାର ରାଉତ କହିଛନ୍ତି ଓଡିଶାରେ ପ୍ରଥମ କରି ପ୍ରବେଶ କରି କରିଥିବା ଆଟିକୋ ଓ ଜେବିସି କମ୍ପାନୀ ସାମଗ୍ରୀ ଏଠାରେ ଉପଲବ୍ଧ ହେବ । ଆଟିକୋର ସମସ୍ତ ସାନିଗରୀ ଉତ୍ପାଦ ଏବଂ ଜେବିସର ହାର୍ଡୱାର ସାମଗ୍ରୀ ଏଠାରେ ମିଳିପାରିବ । ଅନ୍ୟ କମ୍ପାନୀ ଅପେକ୍ଷା ଏଠାରେ ବିକ୍ରି ହେବାକୁ ଥିବା ଉତ୍ପାଦ ଉପରେ ଅଧିକ ୧୫ ପ୍ରତିଶତର ରିହାତି ରହିଛି । ସବୁଠୁ ବଡ କଥା ହେଲା ସାନିଟାରୀ ଏବଂ ହାର୍ଡଓ୍ବାର ଉତ୍ପାଦ ଉପରେ ୧୪ ବର୍ଷ ରିପ୍ଲେସମେଣ୍ଟ ୱାରେଣ୍ଟି ରହିଛି ।



ଗ୍ରାହକମାନେ ଏଠାରେ ମନ ପସନ୍ଦର ସାନିଟାରୀ ଉତ୍ପାଦ ଯଥା ଅତ୍ୟାଧୁନିକ ବାଥ ଟପ୍, ୱାସ ବେସିନ୍, ଟଏଲେଟ୍ ସିଟ୍, ସାନିଟାରୀ ଫିଟି, ବାଥରୁମ୍ ବେସିନ୍, ୱେଷ୍ଟନ୍ ଟୟଲେଟ୍ ସୁଲଭ ମୂଲ୍ୟରେ କ୍ରୟ କରିପାରିବେ । ଯାହାର ମୂଲ୍ୟ ୨ ଶହ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ଯାଏଁ ରହିଛି । ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଟିକୋ ଏବଂ ଜେବିଏସ କମ୍ପାନୀର ଅଧିକାରୀ,ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ସହ ଅନ୍ୟାନ ମାନ୍ୟଗଣ ବ୍ୟକ୍ତି
ଯୋଗଦେଇଥିଲେ ।
Breaking
Jaydev Vihar SIP Abacus Marks Fifth Annual Celebration in BhubaneswarTata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.