ବଲାଙ୍ଗିର:ବିବାଦରେ ପାଟଣାଗଡ ଚଳଚ୍ଚିତ୍ର ।ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ।କେବଳ ଏତିକି ନୁହେଁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ମୃତ ସୌମ୍ୟ ଶେଖରଙ୍କ ବାପା ।ଏହା ତାଙ୍କୁ ତଥା ତାଙ୍କ ପରିବାରକୁ ମାନସିକ ଭାବେ ଆଘାତ ଦେଇଥିବା ସେ ପ୍ରକାଶ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେବା ସହ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରେଞ୍ଜ ରୟାଲ ସିନେ ଲ୍ୟାବ୍ ସଂସ୍ଥା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି । ଫିଲ୍ମର ସୁଟିଂ ଚାଲିଥିବା ବେଳେ ପ୍ରଥମ ଟ୍ରେଲର ରିଲିଜ୍ ହୋଇସାରିଛି । ଫିଲ୍ମର ଲିଡ ରୋଲରେ ଅଛନ୍ତି ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣି ଓ ମନୋଜ ମିଶ୍ର । ଅତୁଲ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଭୂମିକାରେ ଥିବା ବେଳେ ମନୋଜ ମିଶ୍ର ପୁଞ୍ଜିଲାଲ ଭୂମିକାରେ ଅଭିନୟ କରିଛନ୍ତି । ଗତ ଫେବୃଆରୀ ୨୩ରେ ପାଟଣାଗଡରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା ।ଯାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ପରେ ଏହି ଘଟଣାରେ କ୍ରାଇମବ୍ରାଂଚ୍ ଅଭିଯୁକ୍ତ ପୁଞ୍ଜିଲାଲକୁ ଗିରଫ କରିଥିଲା ।
Breaking
This World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit OdishaCoca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAR