Breaking

ରହସ୍ୟ ଉପରୁ ପରଦା ହଟିଲା ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’

ମହୁରତ ସହ ହେଲା ଶୀର୍ଷକ ଘୋଷଣା

0

ଭୁବନେଶ୍ୱର: ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ର ମୁଗ୍ଧ’ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏଥି ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ସାହ ଦେଖା ଦେଇଛି ।

ସାଙ୍କେତିକ ଭାବେ ଏମ୍ଏମ୍ ନାମରେ ଏହି ନୂଆ ଚଳଚ୍ଚିତ୍ରଟି ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ ଉତ୍କଣ୍ଠା ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ଏକ ଅଭିନବ ରୋମଞ୍ଚକ କମେଡି ଫିଲ୍ମ ଭାବରେ ଓଡ଼ିଆ ସିନେମାର କାହାଣୀ ରେ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି । ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।

ଓଡ଼ିଆ ସିନେମାରେ ଇତିହାସ ସୃଷ୍ଟି କରିଥିବା ଏବଂ ବହୁ ପ୍ରଶଂସିତ ଚଳଚ୍ଚିତ୍ର ‘କର୍ମ’ ର ଅଦ୍ଭୂତପୂର୍ବ ସଫଳତା ପରେ ଅନୁପମ ପଟ୍ଟନାୟକ ଏବେ ନେଇଆସୁଛନ୍ତି ‘ମନ୍ତ୍ର ମୁଗ୍ଧ’ , ଏକ ଚଳଚ୍ଚିତ୍ର ଯେଉଁ ଥିରେ ଭାରି ରହିଛି ରୋମାଞ୍ଚ, ହାସ୍ୟରସ ଏବଂ ସାମାଜିକ ବାସ୍ତବତାର ପ୍ରତିଫଳନ ।

୫୦ ଦିନରୁ ଅଧିକ ଦିନ ଧରି ଆଧିପତ୍ୟ ବଜାୟ ରଖି ସର ଦେଶରେ ୮.୫ କୋଟି ଟଙ୍କା ଆୟ କରିଥିବା କର୍ମ ଚଳଚ୍ଚିତ୍ରର ଧାରାକୁ ଆଗେଇ ନେଇ ଅନୁପମ ପଟ୍ଟନାୟକ ପୁଣି ଥରେ ସନୋଜ କୁମାର ଓ ମନ୍ମୟ ଦେ ଙ୍କୁ ପ୍ରମୁଖ ଭୂମିକାରେ ନେବା ସହିତ ଉଦୀୟମାନ ନବାଗତା ସାର୍ଥକ ଭରଦ୍ୱାଜଙ୍କୁ ଏଥିରେ ସ୍ଥାନ ଦେଇଛନ୍ତି । ଚଳଚ୍ଚିତ୍ର ପ୍ରତୀକ୍ଷା ରେ ଚମତ୍କାର ଅଭିନେତା ଦ୍ଵିପାନ୍ଵିତ ଦାସ ମହାପାତ୍ର ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଥିଆ, ସୋମା ହୋତା ଓ ଭକ୍ତି ଦାସ ପ୍ରମୁଖ ଅଭିନୟ କରିଛନ୍ତି।
ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟରେ ମିଡ଼ିଆ ଜଗତର ଲୋକପ୍ରିୟ ଚେହେରା ଟେଲି ଅଭିନେତ୍ରୀ ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ସାମିଲ ହୋଇ ଏକ ନୂଆ ଧାରା ଯୋଡ଼ିଛନ୍ତି ।

‘ମନ୍ତ୍ର ମୁଗ୍ଧ’ ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ କର୍ମ ଚଳଚ୍ଚିତ୍ର ରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ସୁରମୟୀ ମହାପାତ୍ର ଏକ ଦମଦାର ଭୂମିକାରେ ଆସୁଛନ୍ତି । ଏହି ଚଳଚ୍ଚିତ୍ର ରେ ଲୋକପ୍ରିୟ ଚେହେରା ମାନଙ୍କ ସହିତ ଉଦୀୟମାନ ନବାଗତା ମାନଙ୍କ ଏକ ସୁନ୍ଦର ସମ୍ମିଶ୍ରଣ ରହିଛି ।
ଏହି ଚଳଚ୍ଚିତ୍ରରେ ଅନୁପମ ପଟ୍ଟନାୟକଙ୍କ ବିଶ୍ଵସ୍ତ ଟେକ୍ନିକାଲ ଟିମ୍ ର ସିନେମାଟୋଗ୍ରାଫର ଦୀପକ କୁମାର, ଏଡିଟର ରଶ୍ମି ରଂଜନ ଦାଶ, ସାଉଣ୍ଡ ଡିଜାଇନର ଶକ୍ତି ସ୍ୱରୂପ ଦ୍ବିବେଦୀ, ସିଙ୍କ ସାଉଣ୍ଡ ଚନ୍ଦ୍ରଶେଖର ଶର୍ମା ଏକ ସୁନ୍ଦର ଭିଜୁଆଲ ଅନୁଭୂତି ସୁନିଶ୍ଚିତ କରିବେ ।
ଚଳଚ୍ଚିତ୍ରର କାହାଣୀ
ଅନୁପମ ପଟ୍ଟନାୟକ ଓ ରୋସନ୍ ବିଶୋଇ ଲେଖିଥିବା ବେଳେ ଚିତ୍ରନାଟ୍ୟ ସଜାଇଛନ୍ତି ରୋହିତ ଗେହେଲଟ ଓ ଅନୁପମ ପଟ୍ଟନାୟକ। ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଥିଆ।

ମନ୍ତ୍ରମୁଗ୍ଧ ର ସଙ୍ଗୀତକୁ ସଜେଇଛନ୍ତି ପାଞ୍ଚ ଜଣ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ,ଯାହା ଏହି ଚଳଚ୍ଚିତ୍ରକୁ ଆହୁରି ସମୃଦ୍ଧ କରିଛି ।

ମନ୍ତ୍ର ମୁଗ୍ଧ ସହିତ ଆଗାମୀ ଦିନର ଷ୍ଟାର ହେବାର କ୍ଷମତା ରଖୁଥିବା ପ୍ରତିଭାବାନ ନବାଗତାମାନଙ୍କୁ ସୁଯୋଗ ଦେବାର ଧାରା ବଜାୟ ରଖିଛନ୍ତି ଅନୁପମ ପଟ୍ଟନାୟକ ।

ଏହି ଚଳଚ୍ଚିତ୍ରରେ ତିନିଟି ମୂଳ ଚରିତ୍ର ରୋମଞ୍ଚ ଏବଂ ହାସ୍ୟରସ ପୂର୍ଣ୍ଣ ଯାତ୍ରା ଅଂଶ ରହିଛନ୍ତି । ତେବେ ଅନୁପମ ପଟ୍ଟନାୟକଙ୍କ ନିଜସ୍ଵ ଶୈଳୀରେ ମନ୍ତ୍ର ମୁଗ୍ଧ କେବଳ ହାସ୍ୟ ରସ ଓ ଭବ୍ୟତା ନୁହେଁ ବରଂ ରୋମଞ୍ଚକ୍ କମେଡି ଢାଞ୍ଚା ମଧ୍ୟରେ ପ୍ରଚଳିତ ସାମାଜିକ ବିଧି ବ୍ୟବସ୍ଥାକୁ ଆହ୍ବାନ ଦେଉଥିବା ଏକ କାହାଣୀ ରହିଛି ।
ନିକଟରେ ନିର୍ଦ୍ଦେଶକଙ୍କ ବିପୁଳ ସଫଳତା ହାସଲ କରିଥିବା ୱେବ୍ ସିରିଜ ଗ୍ୟାଙ୍ଗସ ଅଫ୍ ପୁରୀ ର ଦ୍ଵିତୀୟ ସିଜିନ ପରେ ପରେ ବେଶ୍ ଉତ୍ସାହ ସୃଷ୍ଟି କରିଛି । ଓଡ଼ିଆ ଡିଜିଟାଲ ବିଷୟବସ୍ତୁ କୁ ଏକ ନୂଆ ଧାରା ଦେଇଥିବା ଏହି ୱେବ୍ ସିରିଜର ଲୋକ ପ୍ରିୟତା ଏବଂ ସାଂସ୍କୃତିକ ପ୍ରଭାବ ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ଏବଂ ବର୍ତ୍ତମାନର ଦର୍ଶକଙ୍କ ମନକୁ ଛୁଇଁ ପାରିଥିବା ଜଣେ କାହାଣୀକାର ଭାବରେ ଅନୁପମ ପଟ୍ଟନାୟକଙ୍କ ଖ୍ୟାତିକୁ ଆହୁରି ଦୃଢ଼ କରିଛି । ଆଞ୍ଚଳିକ ସିନେମା କିଭଳି ବିଶ୍ଵସ୍ତରରେ ପ୍ରସଙ୍ଗକୁ ହୋଇପାରିବ ତାହାର ଏକ ବଳିଷ୍ଠ ଉଦାହରଣ ହେଉଛି ନିର୍ମାଣ ଅନୁପମ ପଟ୍ଟନାୟକଙ୍କ ଚଳଚ୍ଚିତ୍ରର ଧାରା ।

ପାରିବାରିକ ଡ୍ରାମା ହେଉ କି ଅପରାଧ କାହାଣୀ କିମ୍ବା ସାମାଜିକ ସଚେତନତା ସୃଷ୍ଟି କରୁଥିବା କମେଡି ତାଙ୍କ କାମ ସାରା ଦେଶର ଚଳଚ୍ଚିତ୍ର ନିର୍ମାତା ଙ୍କ ପାଇଁ ନୂତନ ମାନ ଦଣ୍ଡ ସୃଷ୍ଟି କରିଚାଲିଛି । ମନ୍ତ୍ରମୁଗ୍ଧ କେବଳ ଏକ ପିଢୀଗତ ପ୍ରୟାସ ନୁହେଁ ଏହା ଓଡ଼ିଆ ସିନେମାର ପରିଧିକୁ ପରିବ୍ୟାପ୍ତ କରିବା ଦିଗରେ ଅନୁପମ ପଟ୍ଟନାୟକ ଙ୍କ ମିଶନର ଏକ ପ୍ରବାହମାନ ଧାରା ।
ରୋମାଞ୍ଚ , କମେଡି ଏବଂ ସାମାଜିକ ବିଷୟବସ୍ତୁର ସମ୍ମିଶ୍ରଣରେ ଏହି ଚଳଚ୍ଚିତ୍ର ଭରପୁର ମନୋରଞ୍ଜନ ଯୋଗାଇବା ସହିତ ସାମ୍ପ୍ରତିକ ସମାଜକୁ ସ୍ଥିତିକୁ ପ୍ରତିଫଳିତ କରୁଛି।
ଜବରଦସ୍ତ ଷ୍ଟାର କାଷ୍ଟ, ନୂତନ ପ୍ରତିଭା ଏବଂ ପ୍ରତିଧ୍ଵନିତ ହେଉଥିବା କାହାଣୀ ପାଇଁ ପ୍ରସିଦ୍ଧ ଜଣେ ନିର୍ଦ୍ଦେଶକଙ୍କ ସହିତ ଏହି ଚଳଚ୍ଚିତ୍ର ଭାରତୀୟ ସିନେମାର ପରିବର୍ତ୍ତନଶୀଳ ପରିଧିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ପ୍ରତିଶ୍ରୁତି ବହନ କରୁଛି ।
କ୍ୟାମେରା ରୋଲ୍ କରିବା ଆରମ୍ଭ କରିଛି । ଶବ୍ଦ ଗତିଶୀଳ ହୋଇଛି, ମନ୍ତ୍ରମୁଗ୍ଧ ଦର୍ଶକଙ୍କୁ ରୋମାଞ୍ଚିତ ଏବଂ ମୋହିତ କରିବା ପାଇଁ ପ୍ରସ୍ତୁତ ରହିଛି । ଏହି ଚଳଚ୍ଚିତ୍ର ଖୁବ୍ ଶୀଘ୍ର ଫ୍ଲୋରକୁ ଆସିବାକୁ ଯାଉଛି।

loading...

Leave A Reply

Your email address will not be published.