Breaking

ମେଘାଳୟରେ ବୁଦ୍ଧିମାନ ସିଷ୍ଟମ୍ ଏବଂ ମେସିନ୍ ଶିକ୍ଷଣ ଉପରେ ୫ମ ଅନ୍ତର୍ଜାତୀୟ ସମ୍ମିଳନୀ

0

ମେଘାଳୟ- ମେଘାଳୟସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ 5ମ ଆନ୍ତର୍ଜାତୀୟ ଇଣ୍ଟେଲିଜେଣ୍ଟ ସିଷ୍ଟମ୍ସ ଆଣ୍ଡ ମେସିନ୍ ଲର୍ଣ୍ଣିଂ ସମ୍ମିଳନୀ (ICISML 2025) ସଫଳତାର ସହିତ ଆୟୋଜିତ ହୋଇଛି । ଏହି ଅବସରରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମେସିନ୍ ଲର୍ଣ୍ଣିଂ ପ୍ରୟୋଗ ସହିତ ବିଭିନ୍ନ ବିଷୟକୁ ନେଇ ମୋଟ 117 ଟି ବୈଷୟିକ ପତ୍ର ଉପସ୍ଥାପିତ ହୋଇଥିଲା । ସମ୍ମିଳନୀରେ ୟୁକେ, ଜର୍ମାନୀ, ସ୍ଲୋଭାକିଆ, ନାଇଜେରିଆ, ଫ୍ରାନ୍ସ, ବାଂଲାଦେଶ, ସର୍ବିଆ, ସିଙ୍ଗାପୁର, କୁଏତ, ସିରିଆ, ଦୁବାଇ, କାନାଡା ଏବଂ ଅନ୍ୟାନ୍ୟ ଦେଶ ସମେତ ବିଭିନ୍ନ ଦେଶର ପ୍ରତିନିଧିତ୍ୱ କରୁଥିବା ବିଦ୍ୱାନ ଏବଂ ଗବେଷକ ସକ୍ରିୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଆଇଆଇଟି ମଣ୍ଡିର ନିର୍ଦ୍ଦେଶକ ପ୍ରଫେସର ଲକ୍ଷ୍ମୀଧର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡିଜିଟାଲ୍ ଯୁଗରେ ଏଆଇ ଏବଂ ମେସିନ୍ ଲର୍ଣ୍ଣିଂର ବର୍ଦ୍ଧିତ ଗୁରୁତ୍ୱ ଉପରେ ନିଜର ଅଭିବ୍ୟକ୍ତି ରଖିଥିଲେ । ଏନ୍ଆଇଟି ମେଘାଳୟର ନିର୍ଦ୍ଦେଶକ ପ୍ରଫେସର ପିନାକେଶ୍ୱର ମହାନ୍ତ କୃଷି କ୍ଷେତ୍ର ଏବଂ ଅନ୍ୟାନ୍ୟ ବିଶ୍ୱ-ବାସ୍ତବ କ୍ଷେତ୍ରରେ ମେସିନ୍ ଲର୍ଣ୍ଣିଂର ପ୍ରଭାବଶାଳୀ ପ୍ରୟୋଗ ଉପରେ ଆଲୋକପାତ କରିଥିଲେ । ଏନ୍ଆଇଟି ମେଘାଳୟର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦୀପକ କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପଞ୍ଚମ ICISMLର ସାଧାରଣ ଅଧ୍ୟକ୍ଷ ଡକ୍ଟର ସଚ୍ଚି ନନ୍ଦନ ମହାନ୍ତି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଡକ୍ଟର ହିରୋଜିତ ସିଂହଙ୍କ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.