ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡ ପରିସରରେ ରୋଟାରୀ ଆନ୍ତର୍ଜାତୀୟ ଜିଲ୍ଲା 3262,ମାଷ୍ଟର ଗିରିଜା ମେମୋରିଆଲ ରୋଡ ସେଫଟି ଫାଉଣ୍ଡେସନ ଟ୍ରଷ୍ଟ ଓ କମିଶନରେଟ ଟ୍ରାଫିକ, ଭୁବନେଶ୍ୱରର ମିଳିତ ସହଯୋଗରେ ବସ୍ ଚାଳକ ଓ ସହକାରୀ କର୍ମଚାରୀ ମାନଙ୍କର ନିମନ୍ତେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ବରମୁଣ୍ଡା ବସ ମାଲିକ ସଙ୍ଘର କାର୍ଯ୍ୟାଳୟ ଗୃହ ମଧ୍ୟରେ ରୋଟାରୀ ରୟାଲ ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପ୍ରାୟ 100ରୁ ଉର୍ଦ୍ଧ ବସ ଚାଳକ ଓ କର୍ମଚାରୀ ମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା। ରୋଟାରୀ ପ୍ରାନ୍ତପାଳ ରୋଟାରୀଆନ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ଡିସିପି ଟ୍ରାଫିକ ତପନ କୁମାର ମହାନ୍ତି,ବରମୁଣ୍ଡା ବସ ମାଲିକ ସଂଘର ସଭାପତି ରୋଟାରୀଆନ ବରଦା ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ବସ୍ ଚାଳକ ମାନଙ୍କୁ ଚକ୍ଷୁ ପରୀକ୍ଷା ନିମନ୍ତେ ଉତ୍ସାହିତ କରିଥିଲେ। ରାସ୍ତା ଦୁର୍ଘଟଣା ରୋକିବା ନିମନ୍ତେ ସୁସ୍ଥ ଗାଡି ଚାଳନା ନିମନ୍ତେ ଉପଯୁକ୍ତ ସମୟ ବ୍ୟବଧାନରେ ବସ ଚାଳକ ମାନେ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଇବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବସ୍ ଚାଳକ ମାନଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ରୋଟାରୀ ଜିଲ୍ଲା ସଡକ ସୁରକ୍ଷା ଅଧ୍ୟକ୍ଷା ତଥା ମାଷ୍ଟର ଗିରିଜା ମେମୋରିଆଲ ରୋଡ଼୍ ସେଫଟି ଟ୍ରଷ୍ଟର ଅଧ୍ୟକ୍ଷା ଅମୀୟବାଳା ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ସହଯୋଗର ହାତ ବଢ଼ାଇଥିଲେ ଆରସିବି ଭୁବନେଶ୍ୱର ସେଣ୍ଟେନିଆଲର ସଭାପତି ରୋଟାରୀଆନ କର୍ଣ୍ଣେଲ ସୋନାଲି ରଥ। ଜିଲ୍ଲା ସଡ଼କ ସୁରକ୍ଷା ସହ ଅଧ୍ୟକ୍ଷ ରୋଟାରୀଆନ ଶାକ୍ୟସିଂହ ପଟ୍ଟନାୟକ ଓ ବ୍ୟୋମକେଶ ପୃଷ୍ଟିଙ୍କ ସହ ରୋଟାରୀଆନ ବିଘ୍ନେଶ୍ୱର ବେହେରା ପ୍ରମୁଖ ପରିଚାଳନା କରିଥିଲେ।
Breaking
Navadarshan Reflection Ceremony 2025: Paving the Way for an Inclusive & Viksit OdishaCoca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAROdisha is proud of a generation of youth who are conscious, committed, and courageous. You are rooted in tradition and ready to lead in innovation,” said the GovernorIndia’s First Probiotic Cheese Brand ‘Curious Cheese’ Launches in Odisha