Breaking

୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ଯାପକ କର୍ମଚାରୀ ସମନ୍ବୟ ସମିତିର ରାଜ୍ଯ ସ୍ତରୀୟ ବୁଦ୍ଧିଜୀବୀ ଆଲୋଚନାଚକ୍ର

0

ଭୁବନେଶ୍ବର : ୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ଯାପକ-କର୍ମଚାରୀ ସମନ୍ବୟ ସମିତି ଓଡ଼ିଶା ଶାଖାର ଆନୁକୂଲ୍ଯରେ *ଓଡ଼ିଶା ରାଜ୍ଯର ଉଚ୍ଚଶିକ୍ଷାର ସମସ୍ଯା ଓ ବିକାଶଧାରା* ଶୀର୍ଷକ ଏକ ବୁଦ୍ଧିଜୀବୀ ଆଲୋଚନାଚକ୍ର ଡଃ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ସ୍ଥାନୀୟ ଇଞ୍ଜିନିୟର୍ସ ଭବନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ନିମନ୍ତ୍ରିତ ଅତିଥିମାନଙ୍କ ପ୍ରଦୀପ ପ୍ରଜ୍ଜ୍ବଳନ ଓ ଡଃ ଅଟଳ ବିହାରୀ ବଳଙ୍କ ଦ୍ବାରା ଅତିଥି ପରିଚୟ ପ୍ରଦାନ ସହ ଉକ୍ତ ଆବେଗିକ ଆଲୋଚନାଚକ୍ର ଆରମ୍ଭ ହୋଇଥିଲା । ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପୂର୍ବତନ କୁଳାଧିପତି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ , ଭାରତ ସରକାର ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ଉଚ୍ଚଶିକ୍ଷାର ବିକାଶରେ ଶିକ୍ଷକ ମାନଙ୍କର ପ୍ରଭାବୀ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ଯ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅଖିଳ ଭାରତୀୟ ସଦ୍ଭାବନା ପ୍ରମୁଖ ଶ୍ରୀଯୁକ୍ତ ଗୋପାଳ ପ୍ରସାଦ ମହାପାତ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତି କାର୍ଯ୍ଯକ୍ରମର ସଫଳ ରୂପାୟନ ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ଆଲୋଚନାଚକ୍ରର ସମ୍ମାନିତ ଅତିଥି ଭାବେ ରାଜ୍ଯ ମୁଖ୍ଯ ଆବାହକ, ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ଯ ଭା.ଜ.ପା ବାର୍ତ୍ତା ସଂପାଦକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗଦାନ କରି ଉଚ୍ଚଶିକ୍ଷାର ବିକାଶ ଦିଗରେ ସର୍ବୋତ୍ତମ ଶିକ୍ଷାନୀତିର ଆଇନ ପ୍ରଣୟନ ଓ କାର୍ଯ୍ଯକାରିତାର ଆବଶ୍ୟକ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ରାଜ୍ୟର ଶତାଧିକ ଶିକ୍ଷକ-କର୍ମଚାରୀଙ୍କ ଚାକିରିର ବୈଧତା ,ସର୍ତ୍ତାବଳୀ , ପଦୋନ୍ନତି ସହିତ ସମାନ କାମକୁ ସମାନ ଦରମା ନ ଦେବାର ମାନସିକତା ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ପ୍ରତିବନ୍ଧକ ସାଜିବ ବୋଲି ସଂଘର ସଭାପତି ଉପସ୍ଥାପନ କରିଥିଲେ। ଅଧ୍ୟାପକ ବନମାଳି ବାରିକ ଆଲୋଚନାଚକ୍ର ମାଧ୍ଯମରେ ଓଡ଼ିଶା ରାଜ୍ଯର ଉଚ୍ଚଶିକ୍ଷାର ସିଂହଭାଗ ଦାୟିତ୍ବ ତୁଲାଉଥିବା ୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ଯାପକ-କର୍ମଚାରୀମାନଙ୍କର ଅବଦାନ ଓ ଯୁକ୍ତିଯୁକ୍ତ ସମସ୍ଯା ବିଷୟ ଉପସ୍ଥାପନା କରିଥିଲେ।ଆଲୋଚନାଚକ୍ରର ନିର୍ଯ୍ଯାସ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଅଧ୍ୟାପକ ପ୍ରିୟବ୍ରତ ରଥ କରିଥିବା ବେଳେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ଆଲୋଚନାଚକ୍ରର ମଞ୍ଚ ପରିଚାଳନାରେ ଅଧ୍ୟାପିକା ଲିନା ନଦିଜା ସହଯୋଗ କରିଥିଲେ। ଉକ୍ତ ଐତିହାସିକ ଆଲୋଚନାଚକ୍ରର ସଫଳ ରୂପାୟନ ପାଇଁ ରାଜ୍ଯର ପ୍ରତ୍ଯେକ ଜିଲ୍ଲାର ଆବାହକ ତଥା ସଂଗଠକ ମାନଙ୍କ ମଧ୍ଯରୁ ମାନସ ରଂଜନ ନନ୍ଦ , ସତ୍ଯ ସାହୁ , ପ୍ରଭାତ ଜେନା ,ପ୍ରଦୀପ କୁମାର ମିଶ୍ର, ଗୋବିନ୍ଦ ବାଗ , ଶରତ ଭଞ୍ଜ, ଅନୀଲ ଦାଶ , ଶ୍ରୀକାନ୍ତ ପଣ୍ଡା , ପ୍ରଶାନ୍ତ ପାତ୍ର , ଅବନୀ ରାୟ , ପ୍ରଭାତ ଶତପଥୀ, ସ୍ନେହାଂଶୁ ମହାନ୍ତି , ଯାଜ୍ଞସେନୀ ରାୟ , ସଂଗ୍ରାମ କେଶରୀ ପରିଡ଼ା , ନଳିନୀକାନ୍ତ ପଟ୍ଟନାୟକ, ଆଦିତ୍ଯ ରଥ , ରାମଶଙ୍କର ପ୍ରଧାନ , ଅକ୍ଷୟ ସାମଲ , ମିହିର ମହାନ୍ତି , ଶମ୍ଭୁପ୍ରସାଦ ହୋତା , ତୃପ୍ତି ମିଶ୍ର , ରଞ୍ଜନ ପାଢ଼ୀ ,କ୍ଷୀରୋଦ କୁମାର ତ୍ରିପାଠୀ, କୈଳାସ ଚନ୍ଦ୍ର ଦେଓ ,ରମାକାନ୍ତ ଲେଙ୍କା, ରବୀନ୍ଦ୍ର ଦାସ ପ୍ରମୁଖ ପ୍ରଭାବୀ ସହଯୋଗ କରିଥିଲେ।

loading...

Leave A Reply

Your email address will not be published.